ସମ୍ବିଧାନର ସୁରକ୍ଷା ପାଇଁ ମୋଦିଙ୍କୁ ହତ୍ୟା କରିବାକୁ ପ୍ରସ୍ତୁତ ରୁହ: ରାଜା ପଟେରିଆ

1 min read

ନୂଆଦିଲ୍ଲୀ: ପୁଣି ସାମ୍ନାକୁ ଆସିଛି କଂଗ୍ରେସର ପୂର୍ବତନ ମନ୍ତ୍ରୀ ରାଜା ପଟେରିଆଙ୍କ ବିବାଦୀୟ ବୟାନ । ଏହି ବୟାନରେ ରାଜା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ହତ୍ୟା କରିବା ବିଷୟରେ କହୁଥିବା ଅଭିଯୋଗ ହୋଇଛି । ତେବେ ଏହି ବୟାନକୁ ନେଇ ବିବାଦ ସୃଷ୍ଟି ହେବା ପରେ ରାଜା ଏହି ବୟାନକୁ ପ୍ରତ୍ୟାହାର କରିଛନ୍ତି । ସେ କହିଛନ୍ତି ଯେ ଆସନ୍ତା ନିର୍ବାଚନରେ ସେ ମୋଦୀଙ୍କୁ ପରାସ୍ତ କରିବାକୁ ଚାହୁଁଛନ୍ତି । କେବଳ ଏତିକି ନୁହେଁ ଏହା ଫ୍ଲେରେ ହୋଇଯାଏ ବୋଲି ସେ କହିଛନ୍ତି । ତେବେ ରାଜାଙ୍କ ଏହି ଭିଡିଓକୁ ସେୟାର କରି ବିଜେପି ନେତା କଂଗ୍ରେସକୁ ଟାର୍ଗେଟ କରିଛନ୍ତି ।

ରାଜା ପଟେରିଆଙ୍କ ଯେଉଁ ଭିଡିଓ ଭାଇରାଲ ହେଉଛି ସେ ଏହି ଭିଡିଓରେ କିଛି କର୍ମୀଙ୍କୁ ସମ୍ବୋଧିତ କରୁଛନ୍ତି । ଏହି ସମୟରେ ସେ କର୍ମୀଙ୍କୁ କହୁଛନ୍ତି କି ମୋଦୀ ନିର୍ବାଚନ ସମାପ୍ତ କରିଦେବେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଧର୍ମ, ଜାତି, ଭାଷା ଆଧାରରେ ଦେଶକୁ ବିଭାଜନ କରିବେ । ଦଳିତ, ଆଦିବାସୀ ଓ ସଂଖ୍ୟାଲଘୁଙ୍କ ଜୀବନ ବିପଦରେ ରହିଛି । ଯଦି ସମ୍ବିଧାନକୁ ବଞ୍ଚାଇବାକୁ ଚାହୁଁଛ ତେବେ ମୋଦୀଙ୍କୁ ହତ୍ୟାକୁ କରିବାକୁ ପ୍ରସ୍ତୁତ ରୁହ । ତେବେ ପରେ ସେ ହତ୍ୟା ଅର୍ଥ ପରାଜୟ ବୋଲି ସେ କହିଛନ୍ତି ।

ପୂର୍ବତନ କଂଗ୍ରେସ ମନ୍ତ୍ରୀ ରାଜା ପଟେରିଆଙ୍କ ବିବୃତ୍ତିରେ ମଧ୍ୟପ୍ରଦେଶ ଗୃହମନ୍ତ୍ରୀ ନରୋତ୍ତମ ମିଶ୍ର କହିଛନ୍ତି ଯେ ମୁଁ ରାଜା ପଟେରିଆଙ୍କ ବିବୃତ୍ତି ଶୁଣିଛି । ତାଙ୍କ ବୟାନରୁ ସ୍ପଷ୍ଟ ହେଉଛି ଯେ ଏହି କଂଗ୍ରେସ ମହାତ୍ମା ଗାନ୍ଧୀଙ୍କ କଂଗ୍ରେସ ନୁହେଁ । ଏହି ମାମଲାରେ ତୁରନ୍ତ ଏଫଆଇଆର ଦାଖଲ କରିବାକୁ ମୁଁ ଏସପିଙ୍କୁ ନିର୍ଦ୍ଦେଶ ଦେଇଛି ବୋଲି ନରୋତ୍ତମ ମିଶ୍ର କହିଛନ୍ତି ।