IPLକୁ ଫେରିବେ ଡି ଭିଲିୟର୍ସ, ଆରସିବିର ହେବ ମେଣ୍ଟର

1 min read

ବାଙ୍ଗାଲୋର: ଆଇପିଏଲ ସିଜିନ୍-୧୫ ପୂର୍ବରୁ ଏକ ବଡ଼ ଘୋଷଣା କରିବାକୁ ଯାଉଛି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର । ଆସନ୍ତା ମାର୍ଚ୍ଚ ୧୨ରେ ଆରସିବି ପକ୍ଷରୁ ନୂଆ ଅଧିନାୟକଙ୍କ ନାମ ଘୋଷଣା କରିବ । ଆରସିବି ପକ୍ଷରୁ ୨୦୨୧ରେ ବିରାଟ କୋହଲି ଅଧିନାୟକତ୍ୱ କରିଥିଲେ । କିନ୍ତୁ ଚଳିତ ସିଜିନରେ ସେ ଆଉ ଅଧିନାୟକତ୍ୱ କରିବେ ନାହିଁ ବୋଲି ଘୋଷଣା କରିସାରିଛନ୍ତି । ଯାହା ଫଳରେ ଏବେ ଦଳକୁ ନୂଆ କ୍ୟାପଟେନର ଆବଶ୍ୟକତା ରହିଛି ।

ତେବେ ଏହାରି ମଧ୍ୟରେ ଆଉ ଏକ ଖବର ସାମ୍ନାକୁ ଆସୁଛି ଯେ ଦକ୍ଷିଣ ଆଫ୍ରିକା ଲିଜେଣ୍ଡ ବ୍ୟାଟ୍ସମ୍ୟାନ ଚଳିତ ସିଜିନରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଦଳର ମେଣ୍ଟର ହୋଇପାରନ୍ତି । ଡିଭିଲିୟର୍ସ ଚଳିତ ବର୍ଷ ଘୋଷଣା କରିଥିଲେ କି ସେ ଆଉ କୌଣସି ଲିଗ୍ କ୍ରିକେଟରେ ମଧ୍ୟ ଭାଗ ନେବେ ନାହିଁ । କିନ୍ତୁ ଆରସିବି ସହ ଯୋଡି ହୋଇ ରହିବେ ବୋଲି କହିଥିଲେ । ତେବେ ଆରସିବି ଆଜି ତା’ର ଟ୍ୱିଟର ହ୍ୟାଣ୍ଡେଲରେ କିଛି ଫଟୋ ସେୟାର କରିଛି, ଯେଉଁଥିରେ ୧୨ ମାର୍ଚ୍ଚରେ ହେବାକୁ ବଡ଼ ଘୋଷଣା ବିଷୟରେ ସୂଚନା ଦେଇଛନ୍ତି ।

ବିରାଟ କୋହଲି ୨୦୨୧ରେ ୟୁଏଇରେ ଖେଳାଯାଇଥିବା ଆଇପିଏଲର ଦ୍ୱିତୀୟ ଲିଗରେ ଘୋଷଣା କରିଥିଲେ କି ଅଧିନାୟକ ଭାବରେ ଏହା ତାଙ୍କ ଶେଷ ଆଇପିଏଲ । ବିରାଟ କୋହଲି ଭାରତୀୟ ଟି-୨୦ ଦଳରୁ ମଧ୍ୟ ଅଧିନାୟକ ପଦ ଛାଡିବେ ବୋଲି ଘୋଷଣା କରିଥିଲେ ।