spot_img

Latest Posts

ବିକ୍ରି ହେବ ବିରାଟ କୋହଲିଙ୍କ ଦଳ ଆରସିବି: କିଣି ପାରନ୍ତି ଏହି ବଡ଼ ବ୍ୟବସାୟୀ

ନନ୍ଦିଘୋଷ ବ୍ୟୁରୋ :  ଆଇପିଏଲ୍ ୨୦୨୫ରେ ପ୍ରଥମ ବିଜୟ ପରେ ରୟାଲ୍ ଚ୍ୟାଲେଞ୍ଜର୍ସ୍ ବେଙ୍ଗଲୁରୁ (RCB) ବିକ୍ରି ହେବାକୁ ଯାଉଛି। ୟୁନାଇଟେଡ୍ ସ୍ପିରିଟ୍ସ୍ ଲିମିଟେଡ୍ (ଯୁଏସ୍ଏଲ୍), ଯାହା ଡିଆଜିଓର ସବସିଡିୟାରୀ, ୨ ବିଲିୟନ୍ ଡଲାର (ପ୍ରାୟ ୧୭,୭୬୨ କୋଟି ଟଙ୍କା) ମୂଲ୍ୟରେ ସମ୍ପୂର୍ଣ୍ଣ କମ୍ପାନୀ ବିକ୍ରି କରୁଛି। ରିପୋର୍ଟ ଅନୁଯାୟୀ, ସେରମ୍ ଇନ୍ସ୍ଟିଟ୍ୟୁଟ୍ ଅଫ୍ ଇଣ୍ଡିଆର ସିଇଓ ଆଦର ପୁନାଓଲା ଏହା କିଣିବାରେ ସର୍ବପ୍ରଥମ ଦୌଡରେ ସାମିଲ ହୋଇଛନ୍ତି।

ଗ୍ଲୋବାଲ୍ ଇନଭେଷ୍ଟମେଣ୍ଟ ବ୍ୟାଙ୍କ୍ ସିଟିକୁ ଟ୍ରାନ୍ସାକ୍ସନ୍ ଆଡ୍ଭାଇଜର୍ କରାଯାଇଛି। ଡିଆଜିଓ ଇଣ୍ଡିଆର ଏମଡି ଓ ସିଇଓ ପ୍ରଭୀନ୍ ସୋମେଶ୍ୱର୍ କହିଛନ୍ତି, “ଆରସିବି ଆକର୍ଷଣୀୟ ବ୍ୟବସାୟ, କିନ୍ତୁ ଡିଆଜିଓର ମୂଳ ବ୍ୟବସାୟ ନୁହେଁ।” ବିଜୟ ପରେ ବେଙ୍ଗଲୁରୁରେ ହୋଇଥିବା ଭିଡ଼ ଦୁର୍ଘଟଣାରେ ୧୧ ଜଣଙ୍କର ମୃତ୍ୟୁ ପରେ କମ୍ପାନୀ ଏହି ନିଷ୍ପତ୍ତି ନେଇଛି।

ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଦଳାଚକଟାରେ ପ୍ରାଣ ହରାଇଥିବା ଲୋକଙ୍କ ପରିବାର ପାଇଁ ପ୍ରତ୍ୟେକ ୨୫ ଲକ୍ଷ ଟଙ୍କାର ଆର୍ଥିକ ପ୍ୟାକେଜ୍ ଘୋଷଣା କରିଥିଲା। ଫ୍ରାଞ୍ଚାଇଜି RCB କେୟର୍ସ ନାମକ ଏକ ନୂତନ ଦୀର୍ଘକାଳୀନ ପଦକ୍ଷେପ ମଧ୍ୟ ଉନ୍ମୋଚନ କରିଥିଲା। ଯାହାର ଲକ୍ଷ୍ୟ ନିରନ୍ତର ସମ୍ପ୍ରଦାୟ ସହାୟତା ପ୍ରଦାନ କରିବା। RCB ଅନୁଯାୟୀ ଏହି ଆର୍ଥିକ ସହାୟତା ଶୋକସନ୍ତପ୍ତ ପରିବାର ସହିତ ଠିଆ ହେବା ଦିଗରେ ପ୍ରଥମ ପଦକ୍ଷେପ।

ବିରାଟ କୋହଲିଙ୍କ ନେତୃତ୍ୱରେ ଆରସିବି’ର ବିଜୟ ଏହାକୁ ବିଶ୍ୱର ସବୁଠାରୁ ମୂଲ୍ୟବାନ ସ୍ପୋର୍ଟ୍ସ୍ ସଂସ୍ଥାରେ ସ୍ଥାନ ଦେବ। ପୂର୍ବରୁ ଟୋରେଣ୍ଟ୍ ଗ୍ରୁପ୍ ଗୁଜରାଟ୍ ଟାଇଟାନ୍ସର ୬୭% ସ୍ଟେକ୍ ୭,୫୦୦ କୋଟିରେ କିଣିଥିଲା। ଆଇପିଏଲର ପୂର୍ବତନ୍ କମିସନର୍ ଲଳିତ ମୋଦି କହିଛନ୍ତି, “ଏହା ନୂଆ ରେକର୍ଡ୍ ମୂଲ୍ୟାଙ୍କଣ ସୃଷ୍ଟି କରିବ ଓ ସମସ୍ତ ଆଇପିଏଲ୍ ଦଳର ମାନକ ହେବ।”

 

Latest Posts

Don't Miss