ଡିସେମ୍ବର ୧ରୁ ଆରମ୍ଭ ହେବ ଇ-ରୁପି ସେବା

1 min read

ନୂଆଦିଲ୍ଲୀ: ଭୁବନେଶ୍ୱରରେ ମଳିବ ଇ-ରୁପି । ଆସନ୍ତା  ଡିସେମ୍ବର ୧ ତାରିଖରୁ ଆରମ୍ଭ ହେବ ଇ-ରୁପି ସେବା । ଏନେଇ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଘୋଷଣା କରାଯାଇଛି । ପ୍ରଥମ ପର୍ଯ୍ୟାୟରେ ୪ଟି ସହରରେ ଇ-ରୁପି ସେବା ଉପଲବ୍ଧ ହେବ । ଭୁବନେଶ୍ୱର ସମେତ ମୁମ୍ବାଇ, ନୂଆଦିଲ୍ଲୀ ଓ ବେଙ୍ଗାଲୁରୁରେ ଇ-ରୁପି ମିଳିବ । ପ୍ରଥମ ପର୍ଯ୍ୟାୟ ପରେ ଆଉ ୯ଟି ସହର ଯଥା- ଅହମ୍ମଦାବାଦ, ଗ୍ୟାଙ୍ଗଟକ, ଗୌହାଟୀ, ହାଇଦ୍ରାବାଦ, ଇନ୍ଦୋର, କୋଚି, ଲକ୍ଷ୍ନୌ, ପାଟନା ଓ ସିମଲାରେ ବି ଏହି ସୁବିଧା ଉପଲବ୍ଧ ହେବ ।

ଇ-ରୁପି କାରବାର ପାଇଁ ୮ଟି ବ୍ୟାଙ୍କକୁ ଚୟନ କରାଯାଇଛି । ପରବର୍ତ୍ତୀ ସମୟରେ ଏଥିରେ ଅଧିକ ବ୍ୟାଙ୍କ ଓ ସହରକୁ ସାମିଲ କରାଯିବ ବୋଲି RBI ପକ୍ଷରୁ କୁହାଯାଇଛି ।