ଲୋକଙ୍କୁ ଆରବିଆଇର ଝଟ୍‌କା , ୦.୩୫ ପ୍ରତିଶତ ବଢ଼ିଲା ରେପୋରେଟ୍

1 min read

ନୂଆଦିଲ୍ଲୀ : ସାଧାରଣ ଲୋକଙ୍କୁ ଆରବିଆଇ ଝଟ୍‌କା । ସବୁ ପ୍ରକାର ଲୋନ୍ ହେବ ମହଙ୍ଗା । ଆରବିଆଇ ରେପୋ ରେଟ୍ ୦.୩୫ ପ୍ରତିଶତ ବୃଦ୍ଧି । ମନିଟାରୀ ପଲିସି ବୈଠକ ପରେ ଘୋଷଣା କଲେ ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ । ଏବେ ରେପୋ ରେଟ୍ ୫.୯୦ରୁ ବଢ଼ି ୬.୨୫ ପ୍ରତିଶତ ହୋଇଛି । ହୋମ୍ ଲୋନ୍ ସହ ସବୁ ପ୍ରକାର ଋଣ ଏବେ ହେବ ମହଙ୍ଗା ।

କ୍ରମାଗତ ଭାବେ ପଞ୍ଚମଥର ପାଇଁ ସୁଧହାର ବୃଦ୍ଧି କରିଛନ୍ତି ରିଜର୍ଭ ବ୍ୟାଙ୍କ । ମୁଦ୍ରାସ୍ଫିତୀ ନିୟନ୍ତ୍ରଣ ପାଇଁ RBI ଆଜି ରେପୋ ରେଟରେ ୩୫ ବେସିସ୍ ପଏଣ୍ଟ ବୃଦ୍ଧି କରିଛନ୍ତି । ଏହି ବୃଦ୍ଧି ପରେ ଏବେ ରେପୋ ରେଟ୍ ୫.୯୦ରୁ ୬.୨୫ରେ ପହଞ୍ଚିଛି । ରେପୋ ରେଟ୍ ବୃଦ୍ଧି ଫଳରେ ସମସ୍ତ ଋଣ ମହଙ୍ଗା ହେବା ସହିତ EMI ପରିମାଣ କିମ୍ବା ସମସସୀମାରେ ମଧ୍ୟ ବୃଦ୍ଧି ଘଟିବ ।

RBIର ମନିଟାରୀ ପଲିସି ବୈଠକ ପରେ ସୁଧହାର ବୃଦ୍ଧି ନେଇ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଏ ଘୋଷଣା କରିଛନ୍ତି । ପୂର୍ବରୁ କ୍ରମାଗତଭାବେ ୩ଥର RBI ୫୦ ବେସିସି ପଏଣ୍ଟ ଲେଖାଏଁ ସୁଧହାର ବୃଦ୍ଧି କରିଥିଲେ । ଏହା ଫଳରେ ସରକାର ମୁଦ୍ରାସ୍ଫିତୀକୁ ୭ ପ୍ରତିଶତକୁ ଆଣି ପାରିଥିଲେ । ଡିସେମ୍ବର କ୍ବାଟରରେ ସୁଧହାର ବଢ଼ିବାର ଆଶଙ୍କା ଥିବା ବେଳେ RBIର ଏ ନିଷ୍ପତ୍ତି ଖାଉଟିଙ୍କୁ ଯେଥେଷ୍ଟ ପ୍ରଭାବିତ କରିବ । GDP ଅଭିବୃଦ୍ଧିର ପୂର୍ବ ଆକଳନରେ ମଧ୍ୟ RBI ହ୍ରାସ କରିଥିବା ପରିଲକ୍ଷିତ ହୋଇଛି ।

୨୦୨୩ରେ ବିଶ୍ବରେ ମୁଦ୍ରାସ୍ଫିତି ୬.୭ ପ୍ରତିଶତ ରହିବାର ଆକଳନ ଥିବାରୁ ଭାରତ ଏହାରି ମଧ୍ୟରେ ନିଜର ସୁଦ୍ରାସ୍ପିତି ରଖିବାକୁ ପ୍ରୟାସ କରିବ । ଋଷ-ୟୁକ୍ରେନ୍ ଯୁଦ୍ଧ କାରଣରୁ ପ୍ରଭାବିତ ହୋଇଥିବା ଯୋଗାଣ ବ୍ୟବସ୍ଥାରେ ଧିରେ ଧିରେ ସୁଧାର ଆସିବା ସହ ଉତ୍ପାଦନ ସ୍ବାଭାବିକ ଆଡକୁ ଯାଉଛି । ଚଳିତ ୨୦୨୨ରେ ଏହା ଶେଷ ବୃଦ୍ଧି ହୋଇଥିବାରୁ ଖୁବଶୀଘ୍ର ବ୍ୟାଙ୍କମାନେ ମଧ୍ୟ ଗୃହ ଋଣରେ ବୃଦ୍ଧି କରିବାର ସମ୍ଭାବନା ରହିଛି ।