ରାଜ୍ୟରେ ଅଧିକ ବ୍ୟାଙ୍କ ଖୋଲିବାକୁ RBI ଗଭର୍ଣ୍ଣରଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବ, କାଲି ଭୁବନେଶ୍ୱରରେ ସେଣ୍ଟ୍ରାଲ୍ ବୋର୍ଡ ବୈଠକ

1 min read

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ । ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପରେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ଶ୍ରୀ ଦାସ । କହିଛନ୍ତି, ଆସନ୍ତାକାଲି ରିଜର୍ଭ ବ୍ୟାଙ୍କର ସେଣ୍ଟ୍ରାଲ ବୋର୍ଡ ବୈଠକ ଭୁବନେଶ୍ୱରରେ ଅନୁଷ୍ଠିତ ହେବ । ୨୦୧୨ ରେ ଏହି ବୈଠକ ଶେଷଥର ପାଇଁ ଭୁବନେଶ୍ବରରେ ହୋଇଥିଲା ।

ଦୀର୍ଘ ୭ ବର୍ଷ ପରେ ପୁଣିଥରେ ଭୁବନେଶ୍ବରରେ ଏହି ବୈଠକ ହେବାକୁ ଯାଉଛି । ବୈଠକରେ ଯୋଗଦେବାକୁ ସେ ଓଡ଼ିଶା ଆସିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ସହ ସାକ୍ଷାତ ସୌଜନ୍ୟତା ମୂଳକ ଥିବା ବୋଲି ସେ କହିଛନ୍ତି । ସେ ଆହୁରି କହିଛନ୍ତି ଯେ, ରାଜ୍ୟରେ ଅଧିକ ବ୍ୟାଙ୍କ ଖୋଲିବା ପାଇଁ ମୁଖ୍ୟମନ୍ତ୍ରୀ ଆରବିଆଇ ଗଭର୍ଣ୍ଣରଙ୍କୁ ଅନୁରୋଧ କରିଛନ୍ତି ।

ଓଡ଼ିଶାର ଅର୍ଥନୈତିକ ଦେଣନେଣ, ଇ-ବ୍ୟାଙ୍କି, କୃଷି ଋଣ ପ୍ରଭୃତି ନେଇ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା ହୋଇଛି । ଦେଶର ଅର୍ଥନୈତିକ ମାନ୍ଦାବସ୍ଥା ନେଇ ପ୍ରତିକ୍ରିୟା ରଖିଥିଲେ । ମାନ୍ଦାବସ୍ଥା ନେଇ ବ୍ୟାଙ୍କ ମାନଙ୍କ ସହ ସବୁବେଳେ ଆଲୋଚନା ହୋଇଥାଏ । ବ୍ୟାଙ୍କିଙ୍ଗ କ୍ଷେତ୍ରରେ ସବୁବେଳେ ନୂଆ ନୂଆ ସମସ୍ୟା ସୃଷ୍ଟି ହୁଏ । ସମସ୍ୟା କୁ ସାମ୍ନା କରିବାକୁ ସବୁବେଳେ ପ୍ରସ୍ତୁତ ରହିବାକୁ ବ୍ୟାଙ୍କ ଗୁଡିକୁ କୁହାଯାଇଛି ।  ବିଭିନ୍ନ ଯୋଜନାରେ ସରକାରଙ୍କ ଟଙ୍କା ଲୋକଙ୍କ ପାଖକୁ କିଭଳି ସୁବିଧାରେ ଦିଆଯାଇପାରିବ ସେ ନେଇ ବୈଠକରେ ଆଲୋଚନା ହୋଇଛି ।

Leave a Reply