ଟାଟା, ବିର୍ଲା ବି ଖୋଲି ପାରିବେ ବ୍ୟାଙ୍କ୍; RBI ସମିତିର ସୁପାରିସ୍
1 min readମୁମ୍ବାଇ: ଯଦି ସବୁକିଛି ଠିକ୍ ରୁହେ ତ ଆଗାମୀ ଦିନରେ ଦେଶରେ ବଡ଼ କାରବାର କରୁଥିବା କମ୍ପାନୀ କୌଣସି ଘରୋଇ ବ୍ୟାଙ୍କର ପ୍ରମୋଟର ହୋଇପାରନ୍ତି । ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆର ଏକ ସମିତି କହିଛି- ବଡ଼ କମ୍ପାନୀ ଅଥବା ଶିଳ୍ପାନୁଷ୍ଠାନ ଘରୋଇ ବ୍ୟାଙ୍କର ପ୍ରମୋଟର ହେବା ଲାଗି ଅନୁମତି ଦିଆଯାଇପାରିବ ।
ପ୍ରମୋଟର୍ସଙ୍କ ଅଂଶଧନ ବୃଦ୍ଧି ପାଇଁ ବିଚାର
ଭାରତୀୟ ରିଜର୍ଭ ବ୍ୟାଙ୍କର ସମିତି ଏଥିସହ କହିଛି- ଘରୋଇ ବ୍ୟାଙ୍କ ପ୍ରମୋଟର୍ସଙ୍କ ନିବେଶ ଅଂଶଧନ ଏବେ ୧୫ ପ୍ରତିଶତ ଥିବାବେଳେ ଏହାକୁ ବଢ଼ାଇ ୨୬ ପ୍ରତିଶତ କରାଯାଇପାରେ । ସୂଚନାଯୋଗ୍ୟ, ରିଜର୍ଭ ବ୍ୟାଙ୍କ ଏହି ସମିତିର ଗଠନ କରିଥିଲା ।
ସମୂହ ବିଚାର ପାଇଁ ଦିଆଯାଇଥିବା ବିଷୟ ମଧ୍ୟରେ- ବ୍ୟାଙ୍କ ଲାଇସେନ୍ସ ଆବେଦନ ପାଇଁ ବ୍ୟକ୍ତିଗତ ଭାବେ ଅଥବା ୟୁନିଟ୍ ଲାଗି ମାନ୍ୟତା ମାପଦଣ୍ଡ ଅନ୍ତର୍ଭୁକ୍ତ ଥିଲା । ଏହା ବାଦ୍ ପ୍ରମୋଟର୍ସ ଓ ଅନ୍ୟ ଅଂଶୀଦାରଙ୍କ ଦ୍ୱାରା ବ୍ୟାଙ୍କରେ ଦୀର୍ଘକାଳୀନ ଅଂଶୀଦାର ଲାଗି ନିୟମ ଉପରେ ମଧ୍ୟ ସମୀକ୍ଷା ସାମିଲ୍ ଥିଲା ।
RBI ମଞ୍ଜୁରୀ ଜରୁରୀ
ସମିତି ବଡ଼ କମ୍ପାନୀ/ଶିଳ୍ପଦ୍ୟୋଗକୁ ଘରୋଇ ବ୍ୟାଙ୍କର ପ୍ରମୋଟର କରିବାକୁ ସୁପାରିସ୍ କରିଛି । ଯଦି ସମିତିର ସୁପାରିସକୁ ଆରବିଆଇ ମଞ୍ଜୁରୀ ପ୍ରଦାନ କରେ ତଲ ଦେଶରେ ବଡ଼ କାରବାର କରୁଥିବା ସଂସ୍ଥା ନିଜର ବ୍ୟାଙ୍କ ଖୋଲିପାରିବେ ।
NBFCକୁ ନେଇ ସୁପାରିସ୍
ଏଥିସହ ସମତି କହିଛି- ୫୦ ହଜାର କୋଟି ଟଙ୍କା ଓ ତା’ଠାରୁ ଅଧିକ ସମ୍ପତ୍ତି ଥିବା ଅଣ-ବ୍ୟାଙ୍କିଂ ଆର୍ଥିକ କମ୍ପାନୀ (NBFC)କୁ ବ୍ୟାଙ୍କରେ ପରିବର୍ତ୍ତନ ଲାଗି ବିଚାର କରାଯାଇପାରେ । ଏଥିରେ କର୍ପୋରେଟ୍ ହାଉସ୍ ଥିବା ୟୁନିଟ୍ ଗୁଡ଼ିକ ସାମିଲ । କିନ୍ତୁ ଏଥିପାଇଁ ୧୦ ବର୍ଷର ପରିଚାଳନା ସର୍ତ୍ତ ଜରୁରୀ ଅଟେ ।
ସାର୍ବଜନୀନ ବ୍ୟାଙ୍କିଂ ଲାଗି ନିୟମ
ସମିତି ପ୍ରସ୍ତାବ ଦେଇଛି- ସାର୍ବଜନୀନ ବ୍ୟାଙ୍କିଂ ଲାଗ ବ୍ୟାଙ୍କ ଲାଇସେନ୍ସକୁ ନେଇ ସର୍ବନିମ୍ନ ପ୍ରାରମ୍ଭିକ ପୁଞ୍ଜି ୫୦୦ କୋଟି ଟଙ୍କାକୁ ବୃଦ୍ଧଇ କରାଯାଇ ୧ ହଜାର କୋଟି ଟଙ୍କା କରାଯିବା ଉଚିତ୍ । ସେହିଭଳି କ୍ଷୁଦ୍ର ଆର୍ଥିକ ବ୍ୟାଙ୍କ ଲାଗି ସର୍ବନିମ୍ନ ପ୍ରାରମ୍ଭିକ ପୁଞ୍ଜି ୨୦୦ କୋଟିକୁ ବୃଦ୍ଧି କରାଯାଇ ୩୦୦ କୋଟି କରିବା ଲାଗି ପ୍ରସ୍ତାବ ଦେଇଛି ଆରବିଆଇ ସମିତି ।