ମୋହାଲିରେ ଚମକିଲେ ଜାଡେଜା, ବ୍ୟାଟିଂ ପରେ ବୋଲିଂରେ ଦେଖାଇଲେ ଜଲଓ୍ୱା

1 min read

ମୋହଲି: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ମୋହଲିରେ ଖେଳାଯାଉଛି ପ୍ରଥମ ଟେଷ୍ଟ । ଏହି ମ୍ୟାଚରେ ଭାରତ ପ୍ରଥମ ଟସ୍ ଜିତି ବ୍ୟାଟିଂ କରିବାର ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରି ୫୭୪ ରନର ବିଶାଳ ସ୍କୋର କରିଥିଲା ଟିମ୍ ଇଣ୍ଡିଆ । ପ୍ରଥମ ଟେଷ୍ଟରେ ଉଭୟ ବ୍ୟାଟିଂ ଓ ବୋଲିଂରେ ଦମଦାର ପ୍ରଦର୍ଶନ କରିଛନ୍ତି ରବିନ୍ଦ୍ର ଜାଡେଜା । ତୃତୀୟ ଦିନରେ ବି ଚମକିଛନ୍ତି ଜାଡେଜା । ବ୍ୟାଟିଂରେ ଅପରାଜିତ ୧୭୫ ରନ କରିବା ପରେ ବୋଲିଂରେ ନିଜର ଜଲଓ୍ୱା ଦେଖାଇଛନ୍ତି ଜାଡେଜା । ଜାଡେଜା ୧୭୫ ରନ କରିବା ପରେ ବୋଲିଂ କରି ମଧ୍ୟ ୫ ଓ୍ୱିକେଟ ହାସଲ କରିଛନ୍ତି ।

ରବିନ୍ଦ୍ର ଜାଡେଜା ୫ ଓ୍ୱିକେଟ ନେବା ପରେ ଆଉ ଏକ ରେକର୍ଡ ନିଜ ନାମରେ କରିଛନ୍ତି । ଜାଡେଜା ବିଶ୍ୱର ଷଷ୍ଠ ବୋଲର ଯିଏକି ଗୋଟିଏ ମ୍ୟାଚରେ ୧୫୦ ରନରୁ ଅଧିକ ସ୍କୋର କରିଛନ୍ତି ଏବଂ ୫ ଓ୍ୱିକେଟ ହାସଲ କରିଛନ୍ତି । ଏହା ସହ ଜାଡେଜା ତୃତୀୟ ଭାରତୀୟ ଯିଏକି ଏହି ରେକର୍ଡ ନିଜ ନାମରେ କରିଛନ୍ତି । ଜାଡେଜାଙ୍କ କ୍ୟାରିୟର କଥା ଯଦି କହିବା ତାହାଲେ ତାଙ୍କ କ୍ୟାରିୟରରେ ୧୦ ଥର ୫ ଓ୍ୱିକେଟ ନେଇଛନ୍ତି । ଜାଡେଜା ଏପର୍ଯ୍ୟନ୍ତ ୫୭ଟି ମ୍ୟାଚ ଖେଳିଥିବାବେଳେ ୨୩୨ଟି ଓ୍ୱିକେଟ ନିଜ ନାମରେ କରିଛନ୍ତି ।

Leave a Reply