ମିଥ୍ୟା ମକଦ୍ଦମା ଘଟଣାକୁ ନେଇ ପୋଲିସ କମିଶନରଙ୍କୁ ଭେଟିଲା ରେଭେନ୍ସା ହେରିଟେଜ ଫୋରମ୍

ଭୁବନେଶ୍ବର : ପ୍ରତିବାଦ କଲେ ମିଛ ଏତଲା । ମିଥ୍ୟା ମକଦ୍ଦମା ଘଟଣାକୁ ନେଇ ପୋଲିସ କମିଶନରଙ୍କୁ ଭେଟିଲା ରେଭେନ୍ସା ହେରିଟେଜ ଫୋରମ୍।ରେଭେନ୍ସା ନାଁ ପରିବର୍ତ୍ତନ ପ୍ରସଙ୍ଗକୁ ନେଇ ମଶାଲ ଶୋଭାଯାତ୍ରା ପରେ ୩ ଜଣ ପୂର୍ବତନ ଛାତ୍ରଙ୍କ ବିରୋଧରେ ମିଥ୍ୟା ମକଦ୍ଦମା ହୋଇଛି ।  ଘଟଣାକୁ ନେଇ ପୋଲିସ କମିଶନରଙ୍କୁ ଭେଟିଛି ରେଭେନ୍ସା ହେରିଟେଜ ଫୋରମ୍ । ବିକ୍ଷୋଭ ପ୍ରଦର୍ଶନ କରୁଥିବା ପୂର୍ବତନ ଛାତ୍ରଙ୍କ ନାଁରେ ମିଥ୍ୟା ମାମଲା ରୁଜୁ କରାଯାଇଛି ।  ରେଭେନ୍ସାର ପୂର୍ବତନ ଛାତ୍ର ସଂସଦ ସଭାପତି ଲେନିନ ମହାନ୍ତି, ବ୍ୟୋମକେଶ ରାୟ, ବବି ଖାନଙ୍କ ବିରୋଧରେ ମିଥ୍ୟା ମାମଲା ରୁଜୁ କରାଯାଇଛି । ଏମିତିକି ଆର୍ମସ ଆକ୍ଟ ଭଳି ସଙ୍ଗୀନ ଦଫା ଲଗାଇଛି ପୋଲିସ। ଯାହାକୁ ନେଇ ପୂର୍ବତନ ଛାତ୍ର ସୁଦର୍ଶନ ଦାସଙ୍କ ସହିତ ୮ ଜଣିଆ ଟିମ ଆଜି ପୋଲିସ କମିଶନରଙ୍କୁ ଭେଟି ଏ ସଂପର୍କରେ ଆଲୋଚନା କରିଛନ୍ତି । ଘଟଣାକୁ ଗୁରୁତର ସହ ନେଇଛି କମିଶନରେଟ ପୋଲିସ। ଏହି ଘଟଣାର ତଦନ୍ତ କରି ସଠିକ୍ ନ୍ୟାୟ ଦିଆଯିବ ବୋଲି ପୋଲିସ କମିଶନର ପ୍ରତିଶୃତି ଦେଇଛନ୍ତି ବୋଲି କହିଛନ୍ତି ସୁଦର୍ଶନ ଦାସ । ଗଣତାନ୍ତ୍ରିକ ପ୍ରକିୟାରେ ବିକ୍ଷୋଭ କଲେ ଏଭଳି ମିଥ୍ୟା ମକଦ୍ଦମା ରୁଜୁ ହେବା ଘଟଣାକୁ ଫୋରମ୍ ନିନ୍ଦା କରିଛି । ନ୍ୟାୟ ନମିଳିଲେ ଆଗକୁ ଲଢେଇ ଜାରି ରହିବ ବୋଲି ଚେତାବନୀ ଦେଇଛି ରେଭେନ୍ସା ହେରିଟେଜ ଫୋରମ୍।