ରେଭ୍ ପାର୍ଟି ଉପରେ ଚଢାଉ , ବନ୍ଧା ହେଲେ ୧୦୦ ନିଶାଡି

ମୁମ୍ବାଇ : ଆଜି ହେଉଛି ବର୍ଷର ଶେଷ ଦିନ । ନୂଆବର୍ଷକୁ ସ୍ବାଗତ ଏବଂ ପୁରୁଣା ବର୍ଷକୁ ବିଦାୟ ଦେବା ପାଇଁ ଚାରିଆଡେ ଉତ୍ସବର ମାହୋଲ୍  । ବଡ ବଡ ହୋଟେଲ୍ ମାନଙ୍କରେ ଜିରୋ ନାଇଟ୍ ସେଲିବ୍ରେସନ୍ ସାଙ୍ଗକୁ ଖାଦ୍ୟପେୟର ଆସର ଜମିବ  । ତେବେ ମୁମ୍ବାଇ ନିକଟସ୍ଥ ଥାନା ଗୋଡବନ୍ଦର ରୋଡ୍ ରେ ଗତକାଲି ଏକ  ରେଭ୍ ପାର୍ଟିର ଆୟୋଜନ କରାଯାଇଥିଲା  । ଏହି ରେଭ୍ ପାର୍ଟିରେ ଯୁବକ ମାନଙ୍କ ବ୍ୟତୀତ ୧୨ ଝିଅଙ୍କୁ ପୋଲିସ୍ ନିଜ ହେପାଜତ୍ ରେ ରଖିଛି  । ଏହି ପାର୍ଟି ଟି ଜଣଙ୍କର ଫ୍ଲାର୍ଟରେ ଆୟୋଜିତ କରାଯାଇଥିଲା । ପାର୍ଟିରେ ମଦ, ଗଞ୍ଜେଇ, ଚରସ୍ ଭଳି ବିଭିନ୍ନ ମାଦକ ଦ୍ରବ୍ୟ ଯୋଗାଇଦିଆଯାଇଥିଲା  । ତେବେ ନୂଆବର୍ଷ ସେଲିବ୍ରେସନ୍ ର ଠିକ୍ ପୂର୍ବରୁ ମୁମ୍ବାଇ ନିକଟସ୍ଥ ଥାନା ଏହି ରେଭ୍ ପାର୍ଟିର ପର୍ଦାଫାଶ୍ କରିଛି । ମୁମ୍ବାଇ ଠାଣେ ପୋଲିସର କ୍ରାଇମବ୍ରାଞ୍ଚ ଟିମ୍ ଏହି ରେଭ୍ ପାର୍ଟିରେ ମିଶିଥିବା ଯୁବକ ଯୁବତୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ କରି ୧୦୦ରୁ ଅଧିକ ଯୁବକଙ୍କୁ ଅଟକ ରଖିଛି । ରେଭ୍ ପାର୍ଟିରେ ଯେଉଁମାନଙ୍କ ଉପରେ ଡ୍ରଗ୍ସ ସେବନ କରିଥିବାର  ଅଭିଯୋଗ ରହିଛି ସେମାନଙ୍କ ମଧ୍ୟରୁ ୧୦୦ରୁ ଅଧିକ ଯୁବକଙ୍କୁ ଅଟକ ରଖିବା ପରେ ପୋଲିସ୍ ସେମାନଙ୍କର ମେଡିକାଲ୍ ଯାଞ୍ଚ କରିଛି । ସୂଚନା ଅନୁସାରେ , ଏହି ରେଭ୍ ପାର୍ଟି ମୁମ୍ବାଇ ସ୍ଥିତ ଠାଣେ ର ଗୋଡବନ୍ଦର ରୋଡ୍ ରେ ଆୟୋଜିତ କରାଯାଇଥିଲା  । ରେଭ୍ ପାର୍ଟିରେ ଯୁବକ ମାନଙ୍କ ଛଡା ୧୨ ଝିଅଙ୍କୁ ଗିରଫ କରାଯାଇଛି  । ଯେଉଁମାନଙ୍କୁ  ଗିରଫ କରାଯାଇଛି ସେମାନଙ୍କ ମଧ୍ୟରୁ ଅଧିକ ଜଣ ନିଶା ଖାଉଥିବାର ଜଣାପଡିଛି  ।