ଭିନ୍ନକ୍ଷମଙ୍କ ହୋଇପାରୁନି ଆଧାର କାର୍ଡ: ରାସନ ସାମଗ୍ରୀ ବନ୍ଦ କରାଯାଇଥିବା ଅଭିଯୋଗ

1 min read

ଭୁବନ: ଭିନ୍ନକ୍ଷମଙ୍କ ଉପରେ ନିର୍ଦ୍ଦୟ ହେଲା ଏନଏସି ପ୍ରଶାସନ । ଆଠମାସ ହେଲା ଭିନ୍ନକ୍ଷମଙ୍କ ରାସନ ସାମଗ୍ରୀ ବନ୍ଦ । ଏଭଳି ଅଭିଯୋଗ ଆସିଛି ଢେଙ୍କାନାଳ ଜିଲ୍ଲା ଭୁବନ ବିଜ୍ଞାପିତ ଅଞ୍ଚଳରୁ । ନୂଆଭୁବନ ଓ୍ୱାର୍ଡ ନମ୍ବର-୩ର ଗଦାଧର ସାହୁଙ୍କ ଦିବ୍ୟାଙ୍ଗ ପୁଅ ପିଣ୍ଟୁଙ୍କ ଆଧାରକାର୍ଡ ନଥିବାରୁ ଖାଦ୍ୟ ସୁରକ୍ଷା ଯୋଜନାରୁ ତାଙ୍କୁ ବାଦ ଦିଆଯାଇଛି । ଫଳରେ ଆଠମାସ ହେଲା ଚାଉଳ ପାଉନଥିବା ପିଣ୍ଟୁଙ୍କ ବାପା କହିଛନ୍ତି ।

ଭିନ୍ନକ୍ଷମ ପ୍ରମାଣପତ୍ର ଥାଇ ମଧ୍ୟ ରାସନ ସାମଗ୍ରୀରୁ ବଞ୍ଚିତ ହୋଇଛନ୍ତି ପିଣ୍ଟୁ । ହାତ ଆଙ୍ଗୁଳି ଓ ଆଖି ସ୍କାନିଂ ହେଇପାରୁନଥିବାରୁ ଆଧାର କାର୍ଡ ତିଆରି ହେଉନାହିଁ । ଫଳରେ ସରକାରୀ ସୁବିଧରୁ ବଞ୍ଚିତ ହୋଇଛନ୍ତି ଭିନ୍ନକ୍ଷମ । ଅନ୍ୟପଟେ ଏଭଳି କିଛି ଅଭିଯୋଗ ଆସିନାହିଁ, ଅଭିଯୋଗ ଆସିଲେ ତୁରନ୍ତ ତଦନ୍ତ କରି ରାସନ ସାମଗ୍ରୀ ଯୋଗାଇ ଦିଆଯିବ ବୋଲି କହିଛନ୍ତି ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ । ପରିଣତ ବୟସରେ ଭିନ୍ନକ୍ଷମ ପୁଅକୁ ନେଇ ଚିନ୍ତାରେ ରହିଛନ୍ତି ଗଦାଧରଙ୍କ ପରିବାର । ତେବେ ଏଭଳି ସ୍ଥିତିରେ ଭିନ୍ନକ୍ଷମ ପିଣ୍ଟୁଙ୍କୁ ସରକାରୀ ସୁବିଧା ଯୋଗାଇ ଦେବାକୁ ସାଧାରଣରେ ଦାବି ହୋଇଛି ।

ଏଥିସହିତ ପଢ଼ନ୍ତୁ: ଶୌଚ ହେବାକୁ ଯାଇଥିବା ବେଳେ ଭାସିଗଲେ ବୃଦ୍ଧ, ୨୪ ଘଣ୍ଟା ପରେ ବି ମିଳୁନି ପତ୍ତା

Leave a Reply