ରଶ୍ମିରେଖା ଆତ୍ମହତ୍ୟା ମାମଲା, ୨୫ ତାରିଖ ସୁଦ୍ଧା ସନ୍ତୋଷ ପାତ୍ରଙ୍କୁ ଥାନାରେ ହାଜର ହେବାକୁ ନୋଟିସ୍

ଭୁବନେଶ୍ୱର: ଟେଲି ଅଭିନେତ୍ରୀ ରଶ୍ମିରେଖା ଆତ୍ମହତ୍ୟା ମାମଲା । ପୁରୁଷ ବନ୍ଧୁ ସନ୍ତୋଷ ପାତ୍ରକୁ ଥାନାରେ ହାଜର ହେବାକୁ ନୋଟିସ୍ କଲା ନୟାପଲ୍ଲୀ ପୋଲିସ । ଆସନ୍ତା ୨୫ ତାରିଖ ସୁଦ୍ଧା ହାଜର ହେବାକୁ ନୋଟିସରେ ଉଲ୍ଲେଖ ରହିଛି । ରଶ୍ମିରେଖାଙ୍କ ବାବଦରେ ପଚରାଉଚରା କରିବା ପୋଲିସ । ରଶ୍ମିରେଖାଙ୍କ ମୋବାଇଲ ଲକ୍ ଥିବାରୁ ଅନଲକ୍ କରିବାକୁ ଓସିପିଓକୁ ପଠାଗଲା ମୋବାଇଲ । ମୋବାଇଲ ଲକ୍ ଖୋଲିଲେ ଖୋଲିବ ଏହି ଆତ୍ମହତ୍ୟାର ଗୁମର ।

ସେପଟେ ଗତକାଲି ରଶ୍ମିରେଖାଙ୍କ ପୋଷ୍ଟମର୍ଟମ ରିପୋର୍ଟ ଆସିଥିଲା । ବେକରେ ରଶି ଲଗାଇ ଝୁଲିବା ଯୋଗୁଁ ଶ୍ବାସରୁଦ୍ଧ ହୋଇ ରଶ୍ମିଙ୍କ ମୃତ୍ୟୁ ହୋଇଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି । ଏନେଇ କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ ଲକ୍ଷ୍ମୀଧର ସାହୁ ସୂଚନା ଦେଇଛନ୍ତି ।