୧୦୦ ଓ୍ବିକେଟ କ୍ଲବରେ ରସିଦ୍ ଖାନ

1 min read

ଦୁବାଇ: ଇତିହାସ ରଚିଲେ ଆଫଗାନ ସ୍ପିନ୍ନର ରସିଦ ଖାନ । ଟି-୨୦ କ୍ରିକେଟରେ ଏକ ବଡ଼ ସଫଳତା ହାସଲ କରିଛନ୍ତି ରସିଦ ଖାନ । ଗତକାଲି ପାକିସ୍ତାନ ବିପକ୍ଷରେ ଖେଳାଯାଇଥିବା ମ୍ୟାଚରେ ରସିଦ ଖାନ ଟି-୨୦ ଆନ୍ତର୍ଜାତୀୟ ଓ୍ବିକେଟ ହାସଲ କରିଛନ୍ତି । ୨୩ ବର୍ଷିୟ ରସିଦ କମ୍ ମ୍ୟାଚ ଖେଳି ଏହି ବଡ଼ ଉପଲବ୍ଧି ହାସଲ କରିଛନ୍ତି । ପାକିସ୍ତାନ ବ୍ୟାଟ୍ସମ୍ୟାନ ମହମ୍ମଦ ହାପିଜଙ୍କୁ ଆଉଟ କରି ଟି-୨୦ କ୍ରିକେଟରେ ୧୦୦ତମ ଓ୍ବିକେଟ ଅକ୍ତିଆର କରିଥିଲେ ରସିଦ । ଏହି ମ୍ୟାଚରେ ସେ ୪ ଓଭର ବୋଲିଂ କରି ୨୬ ରନ ଦେବା ସହ ଦୁଇଟି ଓ୍ବିକେଟ ଅକ୍ତିଆର କରିଥିଲେ ।

ରସିଦଙ୍କ ପୂର୍ବରୁ କେବଳ ତିନିଜଣ ବୋଲର ୧୦୦ରୁ ଅଧିକ ଓ୍ବିକେଟ ଅକ୍ତିଆର କରଥିଲେ । ଆଉ ଆବେ ରସିଦ ଏହି କ୍ଲବରେ ସାମିଲ ହୋଇଛନ୍ତି । ଏହି ୧୦୦ ଓ୍ବିକେଟ କ୍ଲବରେ ପ୍ରଥମ ସ୍ଥାନରେ ଅଛନ୍ତି ବଙ୍ଗଳାଦେଶ ଅଲରାଉଣ୍ଡର ଶାକିବ ଉଲ ହାସନ । ଶାକିବ ୯୪ ମ୍ୟାଚ ଖେଳି ୧୧୭ ଓ୍ବିକେଟ ଅକ୍ତିଆର କରିଛନ୍ତି । ଦ୍ବିତୀୟରେ ଶ୍ରୀଲଙ୍କା ଦ୍ରୁତ ବୋଲର ଲସିଥ୍ ମାଲିଙ୍ଗା ୮୪ ମ୍ୟାଚରେ ୧୦୭ ଓ୍ବିକେଟ ଅକ୍ତିଆର କରି ଦ୍ବିତୀୟ ସ୍ଥାନରେ ଥିବାବେଳେ ତୃତୀୟ ସ୍ଥାନରେ ଅଛନ୍ତି ନ୍ୟୁଜିଲାଣ୍ଡ ଦ୍ରୁତ ବୋଲର ଟିମ୍ ସାଉଦି । ସାଉଦି ୮୪ ମ୍ୟାଚରେ ୧୦୦ ଓ୍ବିକେଟ ହାସଲ କରିଛନ୍ତି । ଅନ୍ୟପକ୍ଷରେ ରସିଦ ଖାନ ୫୩ ମ୍ୟାଚରେ ୧୦୦ ଓ୍ବିକେଟ ହାସଲ କରିଛନ୍ତି । ଟି-୨୦ରେ ସେ ୨ ଥର ୫ଟି ଓ ୪ ଥର ୪ଟି ଓ୍ବିକେଟ ଅକ୍ତିଆର କରିଛନ୍ତି ।

Leave a Reply