କଟକ ଏସସିବି ମେଡିକାଲରେ ବିରଳ ଅସ୍ତ୍ରୋପଚାର, କଟାହାତକୁ ପ୍ରିଜର୍ଭ କରି ସଫଳ ଅପରେସନ

କଟକ: ଯୋଡ଼ିହେଲା କଟାହାତ । କଟକ ଏସସିବିରେ ହୋଇଛି ବିରଳ ଅସ୍ତ୍ରୋପଚାର । କଟାହାତକୁ ସଂରକ୍ଷଣ କରି ରଖାଯାଇଥିଲା । ଏହାପରେ ସେହି ହାତକୁ ସଫଳତାର ସହ ଅସ୍ତ୍ରୋପଚାର କରି ଯୋଡ଼ା ଯାଇଛି । ବାଲେଶ୍ବରର ସଦର ଅଞ୍ଚଳର ପ୍ରକାଶ ଦାସଙ୍କର ବାମ ହାତଟି ସମ୍ପୂର୍ଣ୍ଣ କଟିଯାଇଥିଲା । ଗତ ୨୧ ତାରିଖରେ ପୂର୍ବ ଶତ୍ରୁତାରୁ ଆକ୍ରମଣ ଘଟଣାରେ ତାଙ୍କ ବାମ ହାତଟି କଟିଯାଇଥିଲା । ବାଲେଶ୍ବର ସଦର ବିଧାୟକ ସ୍ବରୂପ ଦାସଙ୍କ ସହାୟତାରେ ତାଙ୍କୁ ଏସସିବିରେ ଭର୍ତ୍ତି କରାଯାଇଥିଲା । ପ୍ଲାଷ୍ଟିକ ସର୍ଜରୀ ବିଭାଗର ପ୍ରଫେସର ବିଭୂତି ଭୂଷଣ ନାୟକଙ୍କ ନେତୃତ୍ବରେ ଏକ ସ୍ବତନ୍ତ୍ର ଟିମ୍ ଅପରେସନ କରି ହାତ ଯୋଡ଼ିବାରେ ସଫଳ ହୋଇଛି । ହାତ ଫେରିପାଇଥିବାରୁ ଖୁସି ବ୍ୟକ୍ତ କରିଛନ୍ତି ପ୍ରକାଶ ।