ବାଘ ବାଘ ଲଢ଼େଇ: ଚାଲିଗଲା କଳା ବାଘର ଜୀବନ

1 min read

ଶିମିଳିପାଳ: ଶିମିଳିପାଳ ଅଭୟାରଣ୍ୟରେ ବିରଳ କଳାବାଘର ମୃତ୍ୟୁ । ମୃତ ବାଘର ବୟସ ପ୍ରାୟ ୩ବର୍ଷ ହେବ । ବାଘ-ବାଘ ମଧ୍ୟରେ ସଂଘର୍ଷ କାରଣରୁ କଳାବାଘର ମୃତ୍ୟୁ ହୋଇଥିବା ପିସିସିଏଫ୍  ସୁଶୀଲ କୁମାର ପୋପଲୀ ପ୍ରାଥମିକ ତଦନ୍ତରୁ ସୂଚନା ଦେଇଛନ୍ତି ।

ଗତକାଲି ଶିମିଳିପାଳ ଅଭୟାରଣ୍ୟର ଦକ୍ଷିଣ କୋର୍‌ ନରୱାନ ଅଞ୍ଚଳରେ ବାଘ-ବାଘ ମଧ୍ୟରେ ସଂଘର୍ଷ ଘଟିଥିଲା  । ଏଥିରେ କଳାବାଘର ମୃତ୍ୟୁ ହୋଇଥିବା ସୂଚନା ମିଳିଛି ବୋଲି ପିସିସିଏଫ୍ କହିଛନ୍ତି । ଜଏଣ୍ଟ ଟାସ୍କ ଫୋର୍ସ, ନ୍ୟାସନାଲ ଟାଇଗର କନଜର୍ଭେସନ ଅଥରିଟି ସଦସ୍ୟ, ସ୍ଥାନୀୟ ଡିଏଫଓ ଏବଂ ପ୍ରାଣୀଧନ ଅଧିକାରୀଙ୍କ ଉପସ୍ଥିତିରେ ମୃତ କଳାବାଘର ବ୍ୟବଚ୍ଛେଦ କରାଯାଇଛି । ବାଘର ଶରୀରରେ କ୍ଷତଚିହ୍ନ ରହିଥିବା ପିସିସିଏଫ୍ କହିଛନ୍ତି । ଆସନ୍ତାକାଲି ସୁଦ୍ଧା ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ କଳାବାଘ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ ବୋଲି ପିସିସିଏଫ୍ ପୋପଲୀ କହିଛନ୍ତି ।