spot_img

Latest Posts

ଡେରା ସଚ୍ଚା ସୌଦା ମୁଖ୍ୟ ରାମ ରହିମଙ୍କୁ ଆଜୀବନ କାରାଦଣ୍ଡାଦେଶ

ନୂଆଦିଲ୍ଲୀ: ହରିୟାଣାର ଡେରା ସଚ୍ଚା ସୌଦା ମୁଖ୍ୟ ରାମ ରହିମକୁ ବଡ ଝଟକା। ରାମ ରହିମଙ୍କୁ ଆଜୀବନ କାରାଦଣ୍ଡାଦେଶ। ରଣଜିତ ସିଂ ହତ୍ୟା ମାମଲାରେ ରାୟ ଶୁଣାଇଲେ ସିବିଆଇ ସ୍ପେଶାଲ କୋର୍ଟ। ରାମ ରହୀମଙ୍କ ସହ ଅନ୍ୟ ୪ ଜଣଙ୍କୁ ଆଜୀବନ କାରାଦଣ୍ଡ। ରାମ ରହୀମଙ୍କୁ ୩୧ଲକ୍ଷ ଜରିମାନା ନିର୍ଦ୍ଦେଶ ଦିଆଯାଇଥିବା ବେଳେ ତାଙ୍କର ୫ସହଯୋଗୀଙ୍କୁ ୫୦ହଜାର ଲେଖାଏଁ ଜରିମାନା ଶୁଣାଇଛନ୍ତି କୋର୍ଟ।

୨୦୦୨ ରେ ରଞ୍ଜିତ ସିଂଙ୍କ ହତ୍ୟା ହୋଇଥିଲା। ସିବିଆଇ ଅଭିଯୁକ୍ତଙ୍କ ବିରୋଧରେ ୨୦୦୩ ରେ ମାମଲା ରୁଜୁ କରିଥିଲା  । ୨୦୦୭ରେ କୋର୍ଟ ଚାର୍ଜ ଫ୍ରେମ୍ କରିଥିଲା ସିବିଆଇ । ଗତ ୨୦୧୭ରେ ଦୁଇ ଶିଷ୍ୟାଙ୍କୁ ବଳାତ୍କାର କରିବା ଅଭିଯୋଗରେ ଗୁରମିତଙ୍କୁ ୨୦ ବର୍ଷ ଜେଲଦଣ୍ଡ ମିଳିଥିଲା । ଗତ ଦୁଇ ବର୍ଷ ତଳେ ଜଣେ ସାମ୍ବାଦିକ ରାମ ଚନ୍ଦର ଛତ୍ରପତିଙ୍କୁ ହତ୍ୟା ମାମଲାରେ ବି ଗୁରମିତଙ୍କୁ ଆଜୀବନ ଜେଲଦଣ୍ଡ ମିଳିଥିଲା।

ତେବେ ଅଗଷ୍ଟ ୨୦୧୭ର ହିଂସାକୁ ଦୃଷ୍ଟିରେ ରଖି ରାମ ରହିମ ସହ ଜଡିତ କୌଣସି ମାମଲାରେ ଶୁଣାଣି କିମ୍ବା ଦଣ୍ଡ ଘୋଷଣା ପୂର୍ବରୁ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି କରାଯାଇଛି। ୨୦୧୭ ରେ, ରାମ ରହିମ ଏକ ବଳାତ୍କାର ମାମଲାରେ ଦୋଷୀ ସାବ୍ୟସ୍ତ ହେବା ପରେ ୩୬ ଜଣଙ୍କର ମୃତ୍ୟୁ ଘଟିଥିଲା। ଗତ ଶୁଣାଣି ସମୟରେ ସିବିଆଇ କୋର୍ଟରୁ ଡେରା ମୁଖ୍ୟ ରହିମ ପାଇଁ ମୃତ୍ୟୁଦଣ୍ଡ ଦାବି କରିଥିଲା।

ଏଥି ସହ ରାମ ରହୀମ ନିଜେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ରୋହତକ ଜେଲରୁ ଦୟା ମାଗିଥିଲେ। ଦୁଇ ଅନୁଗାମୀଙ୍କୁ ବଳାତ୍କାର ଅଭିଯୋଗରେ ରାମ ରହୀମ ୨୦ ବର୍ଷ ଜେଲ ଦଣ୍ଡ ମିଳିଛି। ରାମ ରହୀମ କୋର୍ଟରେ ଦୟା ମାଗିବାବେଳେ ରକ୍ତଚାପ, ଆଖି ଏବଂ କିଡନୀ ସମ୍ବନ୍ଧୀୟ ରୋଗ ବିଷୟରେ ମଧ୍ୟ ଉଲ୍ଲେଖ କରିଥିଲେ। ସପଟେ ସିବିଆଇ ରାମ ରହୀମର ଆବେଦନକୁ ବିରୋଧ କରି କହିଛି ଯେ ପୀଡିତା ତାଙ୍କୁ ଇଶ୍ୱର ପରି ବ୍ୟବାହର କରୁଥିଲା କିନ୍ତୁ ଅଭିଯୁକ୍ତ ତାଙ୍କ ବିରୋଧରେ ଅପରାଧ କରିଥିଲା।

Latest Posts

Don't Miss