ନରସିଂହଙ୍କୁ ରଣେନ୍ଦ୍ରଙ୍କ କଟାକ୍ଷ, କହିଲେ ନିଜ ଦଳ କଥା ବୁଝନ୍ତୁ..

ଭୁବନେଶ୍ବର:  ନିଜ ଦଳ କଥା ବୁଝନ୍ତୁ କଂଗ୍ରେସ ବିଧାୟକ ନରସିଂହ ମିଶ୍ର । ବିଜେଡିର ଶୃଙ୍ଖଳା ପ୍ରସଙ୍ଗରେ ନରସିଂହ ମୁଣ୍ଡ ପୂରାଇବା ଦରକାର ନାହିଁ ବୋଲି କହିଛନ୍ତି କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେଡିର ସର୍ବୋଚ୍ଚ ନେତା  । ନବୀନଙ୍କ ନିଷ୍ପତ୍ତି ଦଳର ସବୁ ନେତା ଓ କର୍ମୀଙ୍କ ପାଇଁ ଆଦେଶ । ସେଥିରେ କାହାରି କୌଣସି ଆପତ୍ତି ଅଭିଯୋଗ ନାହିଁ  । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଉପରେ ଯୁକ୍ତିତର୍କ ହେବାର ଆବଶ୍ୟକତା ନାହିଁ  । ବିଜେଡି ଆଭ୍ୟନ୍ତରୀଣ କଥାରେ ନରସିଂହ ମିଶ୍ର ମୁଣ୍ଡ ନଖେଲାଇ ନିଜ ଦଳର ଶୃଙ୍ଖଳା କଥା ବୁଝନ୍ତୁ ବୋଲି ରଣେନ୍ଦ୍ର କହିଛନ୍ତି  ।