ଆଜି ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ

ଭୁବନେଶ୍ୱର: ଆଜି ଓଡ଼ିଶା ଆସିବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଏଥିପାଇଁ ରାଷ୍ଟ୍ରପତିଙ୍କ ଗସ୍ତ କାର୍ଯ୍ୟସୂଚୀ ଧାର୍ଯ୍ୟ ହୋଇଛି । ଆଜି ସଂଧ୍ୟା 6ଟା25ରେ ଭୁବନେଶ୍ବରରେ ପହଂଚିବେ ରାଷ୍ଟ୍ରପତି । ପରେ ସେ ରାଜଭବନରେ ରାତ୍ରିଯାପନ କରିବେ ।  ଆସନ୍ତାକାଲି ସକାଳ ୯ଟା ୪୫ମିନିଟରେ ଝାରସୁଗୁଡା ବିମାନ ବନ୍ଦରରେ ପଂହଚିବେ ରାଷ୍ଟ୍ରପତି । ସକାଳ ୧୦ଟା ୫୫ ମିନିଟରେ ସେ ରାଉରକେଲା ଏନଆଇଟିରେ ପହଂଚି ସମାବର୍ତ୍ତନ ଉତ୍ସବରେ ଯୋଗ ଦେବେ । ଫଏ ରାଉରକେଲାରୁ ଫେରି ରାଜଭବନରେ ରାତ୍ରିଯାପନ କରିବେ । ୨୨ତାରିଖ ସକାଳ ୯ଟା ୫ ମିନିଟରେ ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି  । ଦିନ ୧୦ଟା ୪୫ ମିନିଟରେ କୋଣାର୍କ ସୂର୍ଯ୍ୟ ମନ୍ଦିର ପରିଦର୍ଶନ କରିବେ ରାଷ୍ଟ୍ରପତି । ସାଢେ ୧୧ଟାରେ ଆଇଓଏଫଏଲର ବ୍ୟାଖ୍ୟାନ କେନ୍ଦ୍ର ପରିଦର୍ଶନ କରିବେ ।  ପରେ ଅପରାହ୍ନରେ ଦିଲ୍ଲୀ ଫେରିଯିବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ  ।

ଏଥିସହିତ ପଢ଼ନ୍ତୁ: କଟକରୁ ଆଉ ୧୭ କରୋନା ସଂକ୍ରମିତ ଚିହ୍ନଟ

Leave a Reply