କଟକରୁ ଆଉ ୧୭ କରୋନା ସଂକ୍ରମିତ ଚିହ୍ନଟ

କଟକ: ପୁଣି ବଢ଼ୁଛି କରୋନା ସଂକ୍ରମିତଙ୍କ ସଂଖ୍ୟା । କିଛି ଦିନର ବ୍ୟବଧାନ ପରେ ବିଭିନ୍ନ ରାଜ୍ୟରେ କରୋନାର ପ୍ରବାହ ଦେଖିବାକୁ ମିଳିଥିବା ବେଳେ ଏବେ ଆମ ରାଜ୍ୟର କଟକରେ ମଧ୍ୟ ସମାନ ଅବସ୍ଥା ଦେଖିବାକୁ ମିଳିଲାଣି । ଛାତ୍ରଛାତ୍ରୀଙ୍କୁ ନିଜ କବଳକୁ ନେଉଛି ଏହି ମହାମାରୀ ଭୂତାଣୁ । ମଧୁପାଟଣାର ସ୍କୁଲ ଓ ଆଶ୍ରମରୁ ୧୭ ପଜିଟିଭ ଚିହ୍ନଟ ହୋଇଛନ୍ତି  । ସ୍କୁଲର କର୍ମଚାରୀ ଓ ଅନ୍ତେବାସୀ କରୋନାରେ ଆକ୍ରନ୍ତ ହୋଇଛନ୍ତି । କରୋନା ସ୍ଥିତିକୁ ନେଇ ଆଜିଠୁ କଣ୍ଟାକ୍ଟ ଟ୍ରେସିଂକୁ ଜୋରଦାର କରିବ ସିଏମସି  । ଆଜି ସିଏମସି ମୋବାଇଲ ଟିମ ସେଠାକୁ ଯାଇ  ସ୍ବାବ୍ ସଂଗ୍ରହ କରିବ । ପୂର୍ବରୁ ନିକଟସ୍ଥ ଏକ ଘରୋଇ ବିଜ୍ଞାନ କଲେଜ ରୁ 25 ପଜିଟିଭ ବାହାରିଥିଲା ।

ଏଥିସହିତ ପଢ଼ନ୍ତୁ: ପଶ୍ଚିମବଙ୍ଗରେ ବିଜେପି ଭର୍ସେସ୍ ବିଜେପି ଲଢ଼େଇ, ପ୍ରାର୍ଥୀ ଘୋଷଣାକୁ ନେଇ ବିଜେପି ଚାରିଫାଳ

Leave a Reply