ଦେଢ କିଲୋ ରୂପା ସୁନାରେ ରାମ ମନ୍ଦିର ପ୍ରତିକୃତି ତିଆରି କଲେ ଶିଳ୍ପୀ
ଅଯୋଧ୍ୟା: ଅନ୍ତିମ ପର୍ଯ୍ୟାୟରେ ଅଯୋଧ୍ୟା ରାମ ମନ୍ଦିର ଉଦଘାଟନ ପ୍ରସ୍ତୁତି । ଜାନୁଆରୀ ୨୨ରେ ମନ୍ଦିରରେ ବିରାଜିବେ ରାମଲାଲା । ପ୍ରାଣ ପ୍ରତିଷ୍ଠା ସମାରୋହ ପୂର୍ବରୁ ସମଗ୍ର ଦେଶ ରାମମୟ । ଶିବନଗରୀ ବା କାହିଁକି ପଛରେ ରହିବ ? କାଶୀର ଶିଲ୍ପୀ କୁଞ୍ଜ ବିହାରୀ ସୁନାରୂପା ଓ ହୀରାରେ ରାମମନ୍ଦିରର ପ୍ରତିକୃତି ତିଆରି କରିଛନ୍ତି । ୧୦୮ ଦିନର ପରିଶ୍ରମରେ ରାମ ମନ୍ଦିର ରେପ୍ଲିକା ତିଆରି କରାଯାଇଛି । ସେହିପରି ଜିଆଇ ଟ୍ୟାଗ୍ ମାନ୍ୟତା ପାଇଥିବା ଗୋଲାପୀ ମୀନା ପଥରରେ ଏହାକୁ ପ୍ରସ୍ତୁତ କରାଯାଇଛି ।
ଗୁଲାବୀ ମୀନା ପଥରରେ ସୁନା ରୂପାର ବ୍ୟବହାର କରାଯାଇଛି । ରାମ ମନ୍ଦିର ପ୍ରତିକୃତିର ଓଜନ ଅଢେଇ କିଲୋଗ୍ରାମ ହୋଇଥିବା ବେଳେ ଉଚ୍ଚତା ୧୨ ଇଞ୍ଚ ଓ ଚଉଡା ୮ ଇଞ୍ଚ । ସେହିପରି ମନ୍ଦିରର ଲମ୍ବ ୧୨ ଇଞ୍ଚ ରହିଛି । ସୁନା, ପାଖାପାଖି ଦେଢ କିଲୋଗ୍ରାମ ରୂପା ଓ ହୀରା ପ୍ରତିକୃତିର ଶିଖରରେ ଲାଗିଛି । ପ୍ରଭୂ ରାମଙ୍କ ମନ୍ଦିରକୁ ୧୦୮ଟି ଭାଗରେ ନିର୍ମାଣ କରାଯାଇଛି । ମନ୍ଦିର ପ୍ରତିକୃତି ଭିତରେ ରାମଲାଲାଙ୍କ ସୁନା ମୂର୍ତ୍ତି ରହିଛି ।
ଶିଳ୍ପୀ କହିଛନ୍ତି ଯେ ପ୍ରଥମ ଥର ଗୁଲାବୀ ମୀନାକାରୀରୁ ରାମ ମନ୍ଦିରର ଆକାର ନେବା ପାଇଁ କଷ୍ଟ ସାଧ୍ୟ ହୋଇଥିଲା । କିନ୍ତୁ ପ୍ରଭୂ ଶ୍ରୀରାମଙ୍କ ନାମ ଓ ଭଜନ ଶୁଣି ଶୁଣି କାମ କରିବା ପରେ ଗୁଲାବୀ ମୀନାକାରୀ ମନ୍ଦିରର ଆକାର ନେଇଥିଲା ।