ଫିଲ୍ମର ସମସ୍ତ ସଦସ୍ୟଙ୍କୁ ସୁନା କଏନ୍‌ ଦେଲେ ରାମଚରଣ

ମୁମ୍ବାଇ: ମେଗା ପାଓ୍ୱାର ଷ୍ଟାର ରାମଚରଣ ପୁଣିଥରେ ପ୍ରମାଣିତ କରିଦେଲେଯେ, ସେ ହେଉଛନ୍ତି ‘ମ୍ୟାନ୍‌ ଓ୍ୱିଥ୍‌ ଗୋଲଡେନ୍‌ ହାର୍ଟ’ । ଆରଆରଆରର ବିପୁଳ ସଫଳତା ପରେ ତାଙ୍କୁ ନେଇ ଏଭଳି ଏକ ଖବର ଆସିଛି ଯାହା ପ୍ରମାଣିତ କରିଦେଉଛିଯେ ତାଙ୍କ ହୃଦୟ କେତେ ବଡ଼ । ବାସ୍ତବରେ ଏସ.ଏସ.ରାଜାମୌଲିଙ୍କ ଫିଲ୍ମରେ କାମ କରିଥିବା ପ୍ରତ୍ୟେକଟି ସଦସ୍ୟଙ୍କୁ ସୁନା କଏନ୍‌ ଦେଇଛନ୍ତି ଏହି ମେଗା ଷ୍ଟାର ।

ତେବେ ଘରକୁ ଫେରିବା ବେଳେ ସମସ୍ତଙ୍କୁ ଏଭଳି ଉପହାର ଦେଇ ଚମକାଇ ଦେଇଛନ୍ତି ରାମଚରଣ । ଏହା ମଧ୍ୟ ସତଯେ ଲକ୍ଷ ଲକ୍ଷ ଲୋକଙ୍କ ହୃଦୟ ଜିତି ସାରିଛନ୍ତି ରାମଚରଣ ।

ସୂଚନାଯୋଗ୍ୟ ରାଜାମୌଲିଙ୍କ ଆରଆରଆର  ବକ୍ସ ଅଫିସରେ ସୁପରହିଟ୍‌ ହୋଇଛି । ସିନେମା ହଲରେ ଫିଲ୍ମକୁ ଦେଖିବା ପାଇଁ ଲୋକଙ୍କ ଭିଡ଼ ଜମୁଛି । ରାମଚରଣ ଏବଂ ଜୁନିଅର ଏନଟିଆରଙ୍କ ଅଭିନୀତ ଏହି ଫିଲ୍ମ ଭାରତୀୟ ସିନେମାରେ ଏକ ପରିବର୍ତ୍ତନ ଆଣିଛି କହିଲେ ଭୁଲ ହେବ ନାହିଁ ।

ଜବରଦସ୍ତ ଆକ୍ସନ, ଇମୋଶନାଲ ମ୍ୟୁଜିକ୍‌ ଏବଂ ଭିନ୍ନ ସ୍କ୍ରିନ୍‌ ପ୍ଲେ  ଓ୍ୱାର୍ଲଡ ଓ୍ୱାଇଲ୍ଡ ସଫଳତା ହାସଲ କରିବାରେ ସକ୍ଷମ ହୋଇଛି । ତେବେ ଫିଲ୍ମରେ ଆଲିୟା ଭଟ୍ଟ ଏବଂ ଅଜୟ ଦେବଗନଙ୍କ କ୍ୟାମିଓ ଦର୍ଶକଙ୍କୁ ବେଶ୍‌ ପସନ୍ଦ ଆସିଛି ।  ଏହି ଫିଲ୍ମ ମାଧ୍ୟମରେ ନିଜେ ରାଜାମୌଲି ନିଜର ସବୁ ରେକର୍ଡ଼ ଭାଙ୍ଗିଛନ୍ତି ।

ଫିଲ୍ମ ଟ୍ରେଡ୍‌ ଆନାଲିଷ୍ଟ  ମନୋବାଳା ବିଜୟାନ୍‌ ତାଙ୍କ ଟ୍ୱିଟର ଆକାଉଣ୍ଟରେ ଏପ୍ରିଲ ୩ ତାରିଖରେ ଏହି ଫିଲ୍ମର କଲେକ୍ସନ୍‌ ଶେୟାର କରିଛନ୍ତି । ତେବେ ୯ ଦିନରେ ଫିଲ୍ମଟି ୮୧୯ କୋଟି କଲେକ୍ସନ୍‌ କରି ସାରିଥିବା ସେ ସୂଚନା ଦେଇଛନ୍ତି ।