ଜଟିଳ ହେଉଛି ରାଜୁଙ୍କ ସ୍ୱାସ୍ଥ୍ୟବସ୍ଥା, ବ୍ରେନ୍ ଡେଡ୍ ଅବସ୍ଥାରେ ଥିବା ସୂଚନା
ନନ୍ଦିଘୋଷ ବ୍ୟୁରୋ: ହାଟଆଟାକ ଯୋଗୁଁ ଚିକିତ୍ସିତ ହେଉଥିବା ରାଜୁ ଶ୍ରୀବାସ୍ତବଙ୍କ ବ୍ରେନ ଡେଡ୍ ହୋଇଥିବା ନେଇ ସୂଚନା । ସଦ୍ୟ ମିଳିଥିବା ରିପୋର୍ଟ ମୁତାବକ ରାଜୁ ଶ୍ରୀବାସ୍ତଙ୍କ ବ୍ରେନ ଡେଡ୍ ହୋଇଛି । ତାଙ୍କ ହାର୍ଟ ସମସ୍ୟା ବିଗୁଡିଛି, ଯାହା ଫଳରେ ବ୍ରେନ୍ ଉପରେ ପଡିଛି ଗଭୀର ପ୍ରଭାବ । ଏନେଇ ସୂଚନା ଦେଇଛନ୍ତି ରାଜୁଙ୍କ ମୁଖ୍ୟ ପରାମର୍ଶଦାତା ଅଜିତ ସକ୍ସେନା । ସେ କହିଛନ୍ତି ଏବେ କେବଳ ଆମେ ଆମର ସମସ୍ତ ପ୍ରଚେଷ୍ଟା ଜାରି ରଖିଛୁ । କିନ୍ତୁ ଆଉ ସବୁକିଛି ଭଗବାନଙ୍କ ଉପରେ ନିର୍ଭର କରେ ।
ରାଜୁଙ୍କ ବ୍ୟକ୍ତିଗତ ପରାମର୍ଶଦାତା ଅଜିତଙ୍କ କହିବା ମୁତାବକ ବର୍ତ୍ତମାନ ରାଜୁଙ୍କ ସ୍ଥିତି ଭଲ ନାହିଁ । ଏମସରେ ତାଙ୍କ ଚିକିତ୍ସା ଜାରି ରହିଥିବାବେଳେ ରାଜୁ ଶ୍ରୀବାସ୍ତବଙ୍କୁ ଚିକିତ୍ସା କରୁଥିବା ଡାକ୍ତରମାନେ କହିଛନ୍ତି , ରାଜୁଙ୍କ ବ୍ରେନ ଡେଡ୍ ଅବସ୍ଥାରେ ରହିଛି । ଅନ୍ୟପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ରାଜୁଙ୍କ ସ୍ୱାସ୍ଥ୍ୟବସ୍ଥା ନେଇ ଅବଗତ ରହିଛନ୍ତି । ମୋଦି ରାଜୁଙ୍କ ପରିବାର ସହ କଥା ହେବା ସହ ଆଶ୍ୱାସନା ମଧ୍ୟ ଦେଇଛନ୍ତି । ସେ କହିଛନ୍ତି ରାଜୁଙ୍କ ଚିକିତ୍ସା ପାଇଁ ଯାହା ଆବଶ୍ୟକ ଯୋଗାଇଦିଆଯିବ । ସେହିପରି ଅନେକ ବରିଷ୍ଠ ମନ୍ତ୍ରୀ, ନେତା, ପ୍ରଶାସକ ଏବଂ ଅଭିନେତା ମଧ୍ୟ ରାଜୁଙ୍କ ସ୍ୱାସ୍ଥ୍ୟବସ୍ଥା ନେଇ ଚିନ୍ତାପ୍ରକଟ କରିଛନ୍ତି ।
ସେପଟେ ଅଭିନେତା ଶେଖର ସୁମନ ଟ୍ୱିଟର ଯୋଗେ ରାଜୁ ଶ୍ରୀବାସ୍ତଙ୍କ ସ୍ୱାସ୍ଥ୍ୟବସ୍ଥା ନେଇ ସୂଚନା ଦେଇଥିଲେ । କହିଥିଲେ ବର୍ତ୍ତମାନ ମଧ୍ୟ ରାଜୁଙ୍କ ଚିକିତ୍ସା ଜାରି ରହିଛି । ତାଙ୍କର ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଛି । କିନ୍ତୁ ସେ ବେହୋସ ରହିଛନ୍ତି । ସେହିପରି ରାଜୁ କହିଛନ୍ତି କିଛିଦିନ ତଳେ ଆମେ ଏକ କମେଡି କାର୍ଯ୍ୟକ୍ରମରେ ଦେଖାହୋଇଥିଲୁ । ବହୁ ସମୟ ଧରି ଉଭୟେ ବାର୍ତ୍ତାଳପ କରିଥିଲୁ । ସେଦିନ ମୋତେ ବହୁତ ହସାଇଥିଲେ ରାଜୁ ।
ସୂଚନା ଅନୁସାରେ ଅଗଷ୍ଟ ୧୦ ତାରିଖରେ ରାଜୁ ଶ୍ରୀବାସ୍ତବଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡିଯାଇଥିଲା । ଦିଲ୍ଲୀର ଏକ ଜିମ ସେଣ୍ଟରରେ ଜିମ୍ କରୁଥିବା ବେଳେ ହଠାତ ଅସୁସ୍ଥ ହୋଇପଡିଥିଲେ ରାଜୁ । ଏହାପରେ ତାଙ୍କୁ ଦିଲ୍ଲୀ ଏମ୍ସରେ ଭର୍ତ୍ତି କରାଯାଇଥିଲା । ଜାଣିବାକୁ ମିଳିଥିଲା ଯେ, ରାଜୁଙ୍କ ହାର୍ଟଆଟାକ ହୋଇଛି । ଏହାପରେ ଚିକିତ୍ସା ଜାରି ରହିଛି । ଭେଣ୍ଟିଲେଟରରେ ଚାଲିଛି ତାଙ୍କର ଚିକିତ୍ସା