ବିପିନ୍ ରାଓ୍ୱତଙ୍କ ଘରେ ପ୍ରତିରକ୍ଷା ମନ୍ତ୍ରୀ

1 min read

ନୂଆଦିଲ୍ଲୀ: ତାମିଲନାଡୁର କୁନ୍ନୁରର ନିଳଗିରି ଜଙ୍ଗଲ ମଧ୍ୟରେ କ୍ରାସ କରିଥିବା ଏମଆଇ ୧୭ ହେଲିକ୍ପଟରରେ ସିଡିଏସ ବିପିନ ରାୱତ ଓ ତାଙ୍କ ପତ୍ନୀ ସବାର ଥିଲେ ବୋଲି ସେନା ସ୍ପଷ୍ଟ କରିଛି । ସିଡିଏସ ବିପିନ ରାଓ୍ୱତ ଓ ତାଙ୍କ ପତ୍ନୀଙ୍କ ସହ ଏହି ହେଲିକପ୍ଟରରେ ୧୪ ଜଣ ଥିଲେ । କିନ୍ତୁ ଏହି ଦୁର୍ଘଟଣାରେ ୧୧ ଜଣ ସେନା ଅଧିକାରୀ ସହିଦ ହୋଇଛନ୍ତି । ୧୧ ଜଣ ସହିଦ ହେବା ପରେ ଏବେବି ୩ ଜଣ ଗୁରୁତର ଭାବରେ ଚିକିତ୍ସିତ ହେଉଛନ୍ତି । ତେବେ ଏହି ଦୁର୍ଘଟଣାରେ ଯେଉଁମାନେ ମୃତ୍ୟୁ  ବରଣ କରିଛନ୍ତି ସେମାନଙ୍କ ପରିଚୟ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ସୂଚନା ଅନୁସାରେ ଆଉ କିଛି ସମୟ ପରେ ସଂସଦରେ ଏହି ଦୁର୍ଘଟଣାକୁ ନେଇ ସ୍ପଷ୍ଟ ସୂଚନା ଦେବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ।

ସଂସଦରେ ଏହି ଘଟଣା ବିଷୟରେ ସୂଚନା ଦେବା ପୂର୍ବରୁ ରାଜନାଥ ସିଂ ପ୍ରଥମେ ସିଡିଏସ ବିପିନ୍ ରାଓ୍ୱତଙ୍କ ଘରକୁ ଯାଇଥିଲେ । ଦିଲ୍ଲୀସ୍ଥିତି ବାସଭବନରେ ଉପସ୍ଥିତି ଥିବା ବିପିନ୍ ରାଓ୍ୱତଙ୍କ ସାନ ଝିଅଙ୍କୁ ଭେଟିଥିଲେ ରଜନାଥ ସିଂ । କିଛି ସମୟ ସିଡିଏସଙ୍କ ଘରେ ରହିବା ପରେ ରାଜନାଥ ସିଂ ପ୍ରତିରକ୍ଷା ମନ୍ତ୍ରଣାଳୟ ପହଞ୍ଚିଛନ୍ତି ।  ପ୍ରତିରକ୍ଷା ମନ୍ତ୍ରଣାଳୟରେ ବୈଠକ ପରେ ସଂସଦ ଅଭିମୁଖେ ବାହାରିବେ ରାଜନାଥ । ପ୍ରତିରକ୍ଷା ମନ୍ତ୍ରଣାଳୟରେ ବୈଠକ ପରେ ସଂସଦରେ ଏହି ଦୁର୍ଘଟଣାକୁ ନେଇ ସ୍ପଷ୍ଟ ସୂଚନା ଦେବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ।

Leave a Reply