ଭାରତ-ଚୀନ ସୀମା ବିବାଦ ପ୍ରସଙ୍ଗକୁ ନେଇ ବିବୃତ୍ତି ରଖିଲେ ରାଜନାଥ ସିଂ

1 min read

ଭାରତ ଓ ଚୀନ ସୀମାନ୍ତ LACରେ ଲାଗି ରହିଥିବା ସ୍ଥିତିକୁ ନେଇ ରାଜ୍ୟସଭାରେ ବିବୃତି ରଖିଛନ୍ତି କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ  ।  ଭାରତ ଓ ଚୀନ ମଧ୍ୟରେ ଲାଗି ରହିଥିବା ସୀମା ବିବାଦର ସମାଧାନ ହୋଇନାହିଁ । LACରେ ଚୀନ ସବୁବେଳେ ବିଶୃଙ୍ଖଳା ସୃଷ୍ଟି କରୁଛି  ।  ଚୀନ ସୀମା ନିର୍ଦ୍ଧାରିତ ନୀତିକୁ ଗ୍ରହଣ କରୁନି  ।  ଲଦାଖରେ ଚୀନ ଭାରତର ୩୮ ହଜାର କିଲୋମିଟର କବଜା କରି ରଖିଛି  । ଏହା ସହିତ ଚୀନ ୯୦ ହଜାର ବର୍ଗ କିଲୋମିଟର ସ୍ଥାନକୁ ନିଜ ଅଞ୍ଚଳ ବୋଲି ଦାବି କରୁଛି  । LACରେ  ଶାନ୍ତି ସ୍ଥାପନ ପାଇଁ ଉଭୟ ଦେଶ ଚୁକ୍ତି କରିଛନ୍ତି  ।  ହେଲେ ସୀମା ବୁଝାମଣା ନେଇ ଚୀନ ଦେଇଥିବା ପ୍ରତିଶୃତି ରଖିବାରେ ବିଫଳ ହୋଇଛି ବୋଲି ରାଜନାଥ କହିଛନ୍ତି  ।

ସୀମୀରେ ଅଶାନ୍ତି ଓ ଅସ୍ଥିରତା ସୃଷ୍ଟି କରିବା ପାଇଁ ସର୍ବଦା ଚୀନ ଉଦ୍ୟମ କରୁଛି  । ଚୀନ ସରକାରଙ୍କ ଇସାରାରେ PLA ସୀମାରେ ଭାରତୀୟ ସେନାକୁ ଉସୁକାଇବା ପାଇଁ ଚେଷ୍ଟା କରୁଛି  । ଚୀନ ଲଦାଖ ଓ ଅରୁଣାଚଳ ପ୍ରଦେଶରେ ଅବୈଧ ଭାବେ କବଜା କରୁଛି  । ଗତ କିଛି ମାସ ଧରି ସୀମାରେ ଚୀନ ନିଜର ସେନା ବଢାଇବା ସହ ଅସ୍ତ୍ରଶସ୍ତ୍ର ମୁତୟନ କରିବାରେ ଲାଗିଛି  । ହେଲେ ପ୍ରତ୍ୟେକ ସମୟରେ ଚୀନକୁ ଭାରତର ବୀର ଯବାନମାନେ ଉଚିତ୍ ଯବାବ ଦେଇଛନ୍ତି ବୋଲି କହିଛନ୍ତି ରାଜନାଥ ସିଂ ।

Leave a Reply