କେମିତି ହୋଇଥିଲା CDS ବିପିନ ରାୱତଙ୍କ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ? ସୂଚନା ଦେଲେ ରାଜନାଥ
1 min read
କୁନ୍ନୁର: କୁନ୍ନୁରରେ ସେନା ଚପର ଦୁର୍ଘଟଣାଗ୍ରସ୍ତ ନେଇ ପାର୍ଲାମେଣ୍ଟରେ ପ୍ରତିରକ୍ଷା ମନ୍ତ୍ରୀଙ୍କ ବିବୃତି । ଉଭୟ ଗୃହରେ ବିବୃତି ରଖିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ। ସୁଲୁର ଏୟାରବେସ୍ରୁ ସିଡିଏସ୍ ବିପିନ ରାଓ୍ବତ ଓ ଅନ୍ୟମାନଙ୍କୁ ନେଇ ୧୧ ଟା ୪୮ ମିନିଟରେ ଉଡାଣ ଭରିଥିଲା ଚପର । ୧୨ଟା ବାଜି ୮ମିନିଟରେ ହେଲିକପ୍ଟର ସହ ଏଟିସିର ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଥିଲା ।
ଲ୍ୟାଣ୍ଡିଂ କରିବାର ମାତ୍ର ୭ମିନିଟ ପୂର୍ବରୁ ହେଲିକପ୍ଟରଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଦୁର୍ଘଟଣାରେ ଚପରରେ ଥିବା ୧୪ଜଣଙ୍କ ମଧ୍ୟରୁ ୧୩ଜଣଙ୍କର ମୃତ୍ୟୁ ହୋଇଛି । ଗ୍ରୁପ କ୍ୟପଟେନ ବରୁଣ ସିଂ ଗୁରୁତର ଅବସ୍ଥାରେ ଓ୍ବେଲିଂଟନ ସେନା ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ସେ ଏବେ ଲାଇଫ୍ ସପୋର୍ଟ ସିଷ୍ଟମରେ ରହିଛନ୍ତି। ତାଙ୍କ ଚିକିତ୍ସା ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି।
ଆଜି ସନ୍ଧ୍ୟା ସୁଦ୍ଧା ସମସ୍ତ ମୃତକଙ୍କ ପ୍ରାର୍ଥିବ ଶରୀର ଦିଲ୍ଲୀଠାରେ ପହଞ୍ଚିବ ବୋଲି ରାଜନାଥ ସୂଚନା ଦେଇଛନ୍ତି। IAFର ସ୍ବତନ୍ତ୍ର ବିମାନରେ ମରଶରୀରକୁ ଦିଲ୍ଲୀ ଅଣାଯିବ । ଅନ୍ୟପଟେ ପୁରା ଘଟଣାର ତଦନ୍ତ ପାଇଁ ଭାରତୀୟ ବାୟୁସେନା ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ଘଟଣାରେ ତିନି ବାହିନୀ ପକ୍ଷରୁ ମିଳିତ ତଦନ୍ତ କରାଯିବ । ଏୟାର ମାର୍ସାଲ ମାନବେନ୍ଦ୍ର ସିଂହଙ୍କ ଅଧ୍ୟକ୍ଷତାରେ ଏକ ଯାଞ୍ଚ ଟିମ୍ ଗଠନ ହୋଇଛି ବୋଲି ପ୍ରତିରକ୍ଷା ମନ୍ତ୍ରୀ ବିବୃତି ରଖିଛନ୍ତି । ପ୍ରତିରକ୍ଷା ମନ୍ତ୍ରୀଙ୍କ ବିବୃତ୍ତି ପରେ ଉଭୟ ଗୃହରେ ବୀର ଯୋଦ୍ଧାଙ୍କ ଉଦ୍ଦେଶ୍ୟରେ ଦୁଇ ମିନିଟ୍ ନିରବ ପ୍ରାର୍ଥନା କରାଯାଇଥିଲା ।