ଡିଡିସିଏ ସଭାପତି ପଦ ଛାଡ଼ିଲେ ବରିଷ୍ଠ ସାମ୍ବାଦିକ ରଜତ ଶର୍ମା, ସଂଘରେ ବିଦ୍ରୋହକୁ କଲେ ଦାୟୀ

1 min read

ଦିଲ୍ଲୀ: ବହୁ ଚର୍ଚ୍ଚିତ ଦିଲ୍ଲୀ କ୍ରିକେଟ ଆସୋସିଏସନ୍ ସଭାପତି ପଦରୁ ଇସ୍ତଫା ଦେଇଛନ୍ତି ବରିଷ୍ଠ ସାମ୍ବାଦିକ ତଥା କ୍ରିକେଟ୍ ପ୍ରଶାସକ ରଜତ ଶର୍ମା । ନିଜ ଅକ୍ଷମତା ପ୍ରକାଶ କରି ଜାତୀୟ ରାଜଧାନୀର ଏହି କ୍ରିକେଟ ସଂଘ ସହ କାଟିଛନ୍ତି ଦୀର୍ଘ ୨୦ ମାସର ସଂପର୍କ । ଏଥିସହ ଝାଡ଼ିଛନ୍ତି ଲମ୍ବା ଅସନ୍ତୋଷ । କାର୍ଯ୍ୟରେ ମାତ୍ରାଧିକ ହସ୍ତକ୍ଷେପ ଓ ସଂଘରେ ଅର୍ନ୍ତଦ୍ୱନ୍ଦ କାରଣରୁ ସେ ଇସ୍ତଫା ଦେଇଥିବା କହିଛନ୍ତି । ଅନେକଙ୍କ ବ୍ୟକ୍ତିଗତ ସ୍ବାର୍ଥ ପାଇଁ କ୍ରିକେଟ ଭଳି ଏକ ମହାନ କ୍ରୀଡ଼ାରେ ନଷ୍ଟ ହେଉଛି ପରମ୍ପରା । କିଛି ଲୋକଙ୍କ ବ୍ୟକ୍ତିଗତ ସ୍ୱାର୍ଥ ପାଇଁ ଖେଳର ପ୍ରଗତି ବାଧାପ୍ରାପ୍ତ ହେଉଛି । ତେଣୁ ନିଜର ସାଧୁତା, ସ୍ୱଚ୍ଛତା, ଆଦର୍ଶକୁ ବଳି ନପକାଇ ସଂଘ ଛାଡ଼ିବା ନେଇ ଅସନ୍ତୋଷ ଜାହିର କରିଛନ୍ତି । ଏଥିସହ କୌଣସି ମତେ ସାଲିସ କରିବାକୁ ସେ ଚାହାଁନ୍ତି ନାହିଁ ବୋଲି କହିଛନ୍ତି ।

Rajat Sharma

ଏଠି ପ୍ରଶ୍ନ ଉଠୁଛି କ୍ରିକେଟ୍‌ ସଂଘର ସଭାପତି ଥିବା ବେଳେ ରଜତ ଶର୍ମାଙ୍କ ଉପରେ କିଏ ପକାଉଥିଲା ଚାପ ? ସାମ୍ବିଧାନିକ ବିଧି ବ୍ୟବସ୍ଥା ବାହାରେ କେଉଁ ଅଦୃଶ୍ୟ ଶକ୍ତି କ୍ରିକେଟ୍‌କୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରୁଛି ? ରଜତ ଶର୍ମାଙ୍କ ଅଭିଯୋଗ ସତ ହୋଇଥିଲେ ନିହାତି ସାଙ୍ଘାତିକ । ଦେଶର ପ୍ରତ୍ୟେକ କ୍ରିକେଟ ଆସୋସିଏସନରେ ଚାଲିଛି କି ଏଭଳି ବେପାର, ଯାହା କ୍ରିକେଟ୍‌ର ମହନୀୟତାକୁ ନଷ୍ଟ କରୁଛି । ତା ଛଡ଼ା ରଜତ ଶର୍ମା ରାଜନୀତିରେ ପ୍ରବେଶ କରିବାକୁ ଚାହୁଁଛନ୍ତି କି ? କ୍ରିକେଟ ପ୍ରଶାସକ ଭାବେ ରଜତଙ୍କର ବେଶ୍ ଭଲ ପରିଚୟ ଥିବା ବେଳେ, ଦିଲ୍ଲୀ ବୋର୍ଡ ଛାଡ଼ିବାକୁ ନେଇ ଉଠିଲାଣି ନାନା ପ୍ରଶ୍ନ ।

Rajat Sharma Resigns
ତେବେ ଅରୁଣ ଜେଟଲୀଙ୍କ ପରେ ଦିଲ୍ଲୀ କ୍ରିକେଟ ସଂଘର ସଭାପତି ହୋଇଥିଲେ ରଜତ ଶର୍ମା । ଜେଟଲୀଙ୍କ ନିଧନ ପରେ କାମ କରିବା ନେଇ ବିଭିନ୍ନ ଆଡ଼ୁ ସହଯୋଗ ହରାଇଥିବା ସେ କହିଛନ୍ତି । ତେବେ ରଜତଙ୍କ ସମୟରେ ଦିଲ୍ଲୀର ଫିରୋଜ ଶାହା କୋଟଲା ଷ୍ଟାଡିୟମର ନାମ ପରିବର୍ତ୍ତନ କରାଯାଇ ଅରୁଣ ଜେଟଲୀଙ୍କ ସ୍ମୃତିରେ ଅରୁଣ ଜେଟଲି ଷ୍ଟାଡିୟମ ନାଁରେ ନାମିତ କରାଯାଇଛି । ')}

Opn Commnet Area

Leave a Reply

Your email address will not be published. Required fields are marked *

Close Bitnami banner