ବିବାଦୀୟ ମନ୍ତବ୍ଯ ଦେଇ ସସପେଣ୍ଡ ହେଲେ ରାଜସ୍ଥାନର ଶିକ୍ଷୟିତ୍ରୀ
1 min read
ଜୟପୁର : ଆଦିବାସୀ ମହିଳା ସିନ୍ଦୂର ଲଗାନ୍ତୁ ନାହିଁ। ମଙ୍ଗଳସୂତ୍ର ବି ପିନ୍ଧନ୍ତୁ ନାହିଁ। ଏପରି କିଛି ବିବାଦୀୟ ମନ୍ତବ୍ଯ ଦେଇ ସସପେଣ୍ଡ ହୋଇଛନ୍ତି ରାଜସ୍ଥାନର ଜଣେ ଶିକ୍ଷୟିତ୍ରୀ। ଏହି ଶିକ୍ଷୟିତ୍ରୀଙ୍କ ନାମ ମାନେକା ଦାମୋର। ଏପରି ବିବାଦୀୟ ମନ୍ତବ୍ଯ ଦେବା ପରେ ତାଙ୍କୁ ସସପେଣ୍ଡ କରିଛି ରାଜସ୍ଥାନ ଶିକ୍ଷା ବିଭାଗ। ଶିକ୍ଷା ବିଭାଗର ନିୟମାବଳୀକୁ ସେ ଉଲ୍ଲଂଘନ କରିବା ଅଭିଯୋଗରେ ଏହି ପଦକ୍ଷେପ ନିଆଯାଇଛି।
ଗତ ଜୁଲାଇ ୧୯ରେ ବାନସ୍ବାରା ଅନ୍ତର୍ଗତ ମଙ୍ଗର ଧାମରେ ଆୟୋଜିତ ଏକ ମେଗାରାଲିରେ ମାନେକା ଯୋଗଦେଇଥିଲେ। ଭାଷଣ ଦେବା ଅବସରରେ ସେ କହିଥିଲେ- ପଣ୍ଡିତମାନେ ଯାହା କହୁଛନ୍ତି ତାହାକୁ ଆଦିବାସୀ ମହିଳା ମାନନ୍ତୁ ନାହିଁ। ସେମାନେ ମଙ୍ଗଳସୂତ୍ର ଓ ସିନ୍ଦୂର ବ୍ଯବହାର କରନ୍ତୁ ନାହିଁ। ବଦଳରେ ଶିକ୍ଷା ଉପରେ ଆଦିବାସୀମାନେ ଫୋକସ କରନ୍ତୁ। ଆମେମାନେ ହିନ୍ଦୁ ନୁହଁ। ବର୍ତ୍ତମାନଠାରୁ ଏହି ନିୟମ ମାନିବାକୁ ହେବ।ଏହି ଘଟଣା ପରେ ତାଙ୍କୁ ସସପେଣ୍ଡ କରିଛନ୍ତି ଶି୍କ୍ଷା ବିଭାଗ ଯୁଗ୍ମ ନିର୍ଦ୍ଦେଶକ।