ପାଇଲଟ୍‌-ଗେହଲଟ୍‌ ଲଢ଼େଇ, ହାଇକୋର୍ଟରେ ହେବ ଶୁଣାଣୀ…

Rajasthan HC Resume Hearing Today On Sachin Pilot and 18 Cong MLAs

ରାଜସ୍ଥାନ: ପାଇଲଟ୍‌ ଓ ଗେହେଲଟ ଲଢ଼େଇକୁ ନେଇ ଏବେ ବି ରାଜସ୍ଥାନ ରାଜନୀତି ସରଗରମ ରହିଛି । ଗେହେଲଟ୍‌ଙ୍କୁ ବିରୋଧ କରି ପାଇଲଟ୍‌ଙ୍କ ଟିମ୍‌ରେ ସାମିଲ ଥିବା ବିଦ୍ରୋହୀ ବିଧାୟକଙ୍କ ମୁଣ୍ଡରେ ଝୁଲୁଛି ଖଣ୍ଡା । ଆଜି ରାଜସ୍ଥାନ ହାଇକୋର୍ଟ ସେମାନଙ୍କ ସଦସ୍ୟତା ନେଇ କରିବେ ଶୁଣାଣୀ ।

ରାଜସ୍ଥାନ କଂଗ୍ରେସର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସଚ୍ଚିନ ପାଇଲଟ୍‌ଙ୍କ ନାଁ ମଧ୍ୟ ଏହି ବିଦ୍ରୋହୀ ବିଧାୟକଙ୍କ ତାଲିକାରେ ରହିଛି । ପୂର୍ବରୁ କୋର୍ଟ ବିଦ୍ରୋହୀ ବିଧାୟକଙ୍କ ଅଯୋଗ୍ୟତା ଉପରେ ଜାରି ନୋଟିସକୁ ସ୍ଥଗିତ ରଖିଥିଲେ ।

Rajasthan High Court

ଅନ୍ୟପଟେ ହାଇକୋର୍ଟଙ୍କ ଶୁଣାଣି ପୂର୍ବରୁ ମୁଖ୍ୟମନ୍ତ୍ରୀ ଅଶୋକ ଗେହେଲଟ ରବିବାର ବିଭିନ୍ନ ହୋଟେଲ ଏବଂ ଲଜ୍‌ରେ କଂଗ୍ରେସ୍ ବିଧାୟକ ମାନଙ୍କୁ ଭେଟିଛନ୍ତି । ସେହିଭଳି ଶନିବାର ସନ୍ଧ୍ୟାରେ ଗେହେଲଟ୍ ରାଜ୍ୟପାଳ କଲରାଜ ମିଶ୍ରଙ୍କ ସହ ଆଲୋଚନା କରି ତାଙ୍କ ସହିତ ୧୦୩ ଜଣ ବିଧାୟକଙ୍କ ସମର୍ଥନ ଥିବା ଦାବି କରିଛନ୍ତି ।

ତେବେ ରାଜଭବନ ତରଫରୁ ଏହି ଆଲୋଚନାକୁ ଏକ ଆନୁଷ୍ଠାନିକ ସାକ୍ଷାତକାର ବୋଲି କୁହାଯାଇଛି । ମୁଖ୍ୟମନ୍ତ୍ରୀ ଅଶୋକ ଗେହେଲଟ ସପ୍ତାହକ ମଧ୍ୟରେ ବିଧାନସଭା ଅଧିବେଶନ ଡାକି ନିଜର ଶକ୍ତି ପରିକ୍ଷା ଦେଇପାରନ୍ତି ବୋଲି ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି । କୋର୍ଟଙ୍କ ନିଷ୍ପତ୍ତି ପରେ ଏହି ବିଧାନସଭା ଅଧିବେଶନ ଡକାଇପାରନ୍ତି ବୋଲି କୁହାଯାଉଛି । ଅନ୍ୟପଟେ ଭାଇରାଲ ଅଡ଼ିଓ ଟେପ୍ ମାମଲାରେ ତଦନ୍ତ ପାଇଁ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଛି ।

Leave a Reply