ଆଜିଠାରୁ କମିବ ବର୍ଷାର ପରିମାଣ

ଭୁବନେଶ୍ୱର: ଆଜିଠାରୁ କମିବ ବର୍ଷାର ବିସ୍ତୃତି। ହେଲେ ୧୩ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ଘଡଘଡି ସହ ବର୍ଷା ହେବ । ୧୪ରୁ ୨୦ତାରିଖ ପର୍ଯ୍ୟନ୍ତ ବର୍ଷାର ପରିମାଣ ସମ୍ପୂର୍ଣ୍ଣ କମିବା ସହ ପାଗରେ ପରିବର୍ତ୍ତନ ଆସିବ। ଫଳରେ ମୌସୁମୀ ଫେରିବା ପାଇଁ ବାଟ ଫିଟିବ।

ଏହି ସମୟରେ ଯେଉଁ ଘୂର୍ଣ୍ଣିବଳୟ ସୃଷ୍ଟି ହୁଏ ତାହା ଘନୀଭୂତ ହୋଇଥାଏ । ତେଣୁ ତୃତୀୟ ସପ୍ତାହରେ ଯେଉଁ ଘୂର୍ଣ୍ଣିବଳୟ ସୃଷ୍ଟି ହେବ ତାଉପରେ ନଜର ରଖିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ତୃତୀୟ ସପ୍ତାହରେ ସମ୍ଭାବ୍ୟ ବାତ୍ୟା ନେଇ ଦୁଇଟି ମଡେଲର ଆକଳନ ପରେ ଅନ୍ୟ ମଡେଲ ଉପରେ ନଜର ରହିଛି ।

ତେବେ ବାତ୍ୟା ନେଇ କୌଣସି ସୂଚନା ଦେଇନାହିଁ ଆଇଏମଡି। ଅପରପକ୍ଷେ ଅକ୍ଟୋବର ମାସରେ ସୃଷ୍ଟି ହେବାକୁ ଥିବା ଘୂର୍ଣ୍ଣିବଳୟ ଉପରେ ସ୍ବତନ୍ତ୍ର ନଜର ରଖାଯାଇଛି ।