ବରିଷ୍ଠ ଅଭିନେତା ରାଇମୋହନ ପରିଡ଼ାଙ୍କ ଆତ୍ମହତ୍ୟା

ଭୁବନେଶ୍ୱର: ଆଉ ନାହାନ୍ତି ଭେଟେରାନ ଅଭିନେତା ରାଇମୋହନ । ବରିଷ୍ଠ ଅଭିନେତା ରାଇମୋହନଙ୍କ ଆତ୍ମହତ୍ୟା କରିଥିବା ସୂଚନା । ତାଙ୍କ ବାସଭବନରୁ ରାଇମୋହନଙ୍କ ଝୁଲନ୍ତା ମୃତଦେହ ଠାବ ହୋଇଛି । ଭୁବନେଶ୍ୱର ପ୍ରାଚୀ ବିହାର ଘରୁ ମିଳିଲା ଝୁଲନ୍ତା ମୃତଦେହ । ଘଟଣା ସ୍ଥଳରେ ପହଞ୍ଚିଲା ମଞ୍ଚେଶ୍ୱର ଥାନା ପୋଲିସ । ତେବେ କେଉଁ କାରଣରୁ ରାଇମୋହନ ଆତ୍ମହତ୍ୟା କଲେ ତାହା ଜଣାପଡ଼ିନି ।

ରାଇମୋହନ ପରିଡ଼ା ୧୯୬୩ ଜୁଲାଇ ୧୦ରେ ଜନ୍ମଗ୍ରହଣ କରିଥିଲେ । ୧୯୮୫ ମସିହାରୁ ଥିଏଟରରୁ କ୍ୟାରିୟର ଆରମ୍ଭ କରିଥିଲେ ରାଇମୋହନ । ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟର ଛାତ୍ର ଥିଲେ ସେ । ୧୯୮୭ରେ ସାଗର ସିନେମାରେ ଖଳନାୟକ ଭୂମିକା ଦେଇଥିଲା ଖ୍ୟାତି । ଅନେକ ଓଡ଼ିଆ ଚଳଚ୍ଚିତ୍ରରେ ଖଳନାୟକ ଭୂମିକାରେ ନଜର ଆସିଥିଲେ ରାଇମୋହନ । ସେ ପ୍ରାୟ ୧୦୦ ଫିଲ୍ମରେ ଅଭିନୟ କରିଛନ୍ତି । ୧୫ ବେଙ୍ଗଲୀ ଫିଲ୍ମ ଓ ୪୦ ନାଟକରେ ଅଭିନୟ କରିଥିଲେ ରାଇମୋହନ ପରିଡ଼ା । ଯାତ୍ରା ଜଗତରେ ମଧ୍ୟ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ ରାଇମୋହନ ପରିଡ଼ା ।