ଉପାନ୍ତରେ ପହଁଚିବ 4G ସେବା, ତପସ୍ୱିନୀ ଏକ୍ସପ୍ରେସର ଅତ୍ୟାଧୁନିକ ବଗି ଶୁଭାରମ୍ଭ

1 min read

ଭୁବନେଶ୍ୱର: ଉପାନ୍ତ ଅଞ୍ଚଳରେ 4G ସେବା ଯୋଗାଇ ଦେବାପାଇଁ ୩ ହଜାର ୨୦୦ କୋଟି ଟଙ୍କାର ପ୍ରକଳ୍ପ ଶୁଭାରମ୍ଭ କଲେ ଟେଲିଯୋଗାଯୋଗ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। ଭୁବନେଶ୍ୱର ବିଏସଏନଏଲ୍ ଭବନରେ ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ ବିଏସଏନଏଲ୍ ଟାଓ୍ୱାର ପାଇଁ ପ୍ରକଳ୍ପ ର ଶୁଭାରମ୍ଭ କରିଛନ୍ତି ମନ୍ତ୍ରୀ । ଏହି ବ୍ୟବସ୍ଥା ମାଧ୍ୟମରେ ୩ ହଜାର ୯୩୩ ଗାଁକୁ ଯୋଡିବ ବିଏସଏନଏଲ୍ । ସାରା ଭାରତ ବର୍ଷରେ ମଞ୍ଜୁରୀ ହୋଇଥିବା ଗାଁ ମଧ୍ୟରୁ କେବଳ ଓଡିଶା ଅଧାରୁ ଅଧିକ ସ୍ଥାନିତ ହୋଇଛି  ।

୧୦ ଟି ଜିଲ୍ଲା ପାଇଁ ୪G ଟାଓ୍ୱାର ମଞ୍ଜରୀ ହୋଇଛି । ଏହାସହ ୨୭୨ ନୂଆ ପୋଷ୍ଟ ଅଫିସ ଓଡିଶା ପାଇଁ ପ୍ରଧାନମନ୍ତ୍ରୀ ମଞ୍ଜୁର କରିଛନ୍ତି । ଏହା ଦ୍ୱାରା ଭାରତ ସରକାରଙ୍କ ଯୋଜନା ପୋଷ୍ଟ ଅଫିସ ମାଧ୍ୟମରେ ଜନସାଧାରଣ ପାଉଛନ୍ତି । ଏବେ ସୁଦ୍ଧା ରାଜ୍ୟରେ ଡାକଘର ମାଧ୍ୟମରେ ୯ ଲକ୍ଷ ସୁକନ୍ୟା ଯୋଜନା ଆକାଉଣ୍ଟ ଖୋଲିଛି  । ଆଗକୁ ଡାକଘର ଦ୍ୱାରା ସମସ୍ତ କାର୍ଯ୍ୟ ହୋଇ ପାରିବ ବୋଲି ପ୍ରତିକ୍ରିୟା ଦେଇ କହିଛନ୍ତି ବିଭାଗୀୟ ମନ୍ତ୍ରୀ  ।

ସେହିପରି ଅତ୍ୟାଧୁନିକ ବଗି ବିଶିଷ୍ଟ ପୁରୀ -ହାତିଆ ତପସ୍ୱିନୀ ଏକ୍ସପ୍ରେସର ଶୁଭାରମ୍ଭ କରିଛନ୍ତି ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ଭୁବନେଶ୍ୱର ରେଳ ଷ୍ଟେସନରେ ଅନୁଷ୍ଠିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମନ୍ତ୍ରୀ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି । ଏହାଦ୍ବାରା ୧୨ ଟି ଜିଲ୍ଲାର ଯାତ୍ରୀ ରାଜଧାନୀ ଏକ୍ସପ୍ରେସ ଭଳି ସୁବିଧା ପାଇପାରିବେ । ଏହି ଅବସରରେ ମନ୍ତ୍ରୀ ସୂଚନା ଦେଇଛନ୍ତି ଯେ, ଖୋର୍ଦ୍ଧାରୁ ମହିପୁର କାମ ସରିଆସୁଛି । ମହିପୁରରୁ ନୂଆଗାଁ କାମ ଦୁଇ ମାସ ମଧ୍ୟରେ ଶେଷ ହେବ ।

ନୂଆଗାଁରୁ ଦଶପଲ୍ଲା ୮-୯ ମାସ ଲାଗିବ । ସେହିଭଳି ବଲାଙ୍ଗୀରରୁ ସୋନପୁର, ବୌଦ୍ଧ, ଚମ୍ପାପୁର ୧୩ -୧୪ ମାସ ମଧ୍ୟରେ ସରିବ ବୋଲି ମନ୍ତ୍ରୀ କହିଛନ୍ତି । ଭୁବନେଶ୍ୱର ଷ୍ଟେସନକୁ ଟିମ୍ ଆସି ସର୍ଭେ କରି ଫେରିଛି । ଦୁଇ ଦିନ ମଧ୍ୟରେ ପ୍ଳାନ ଆପ୍ରୁଭ ହେଲେ କାମ ଆରମ୍ଭ ହେବ । ସୁନ୍ଦରଗଡ ରୁ ତାଳଚେର ପାଇଁ କାମ ଖୁବଶୀଘ୍ର ଆରମ୍ଭ ହେବ ବୋଲି ପ୍ରତିକ୍ରିୟା ପ୍ରକାଶ କରିଛନ୍ତି  ।

 

Leave a Reply