ଇଭିଏମ ଉପରେ ପ୍ରଶ୍ନ ଉଠାଇଲେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ

1 min read

ନନ୍ଦିଘୋଷ ବ୍ୟୁରୋ: ଲୋକସଭା ନିର୍ବାଚନର ଫଳାଫଳ ପରେ ପ୍ରଥମ ଥର ଲାଗି ଇଭିଏମ ଉପରେ ପ୍ରଶ୍ନ ଉଠାଇଛନ୍ତି କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ। ସେ ଏହାକୁ ଏକ ବ୍ଲାକ ବକ୍ସ ବୋଲି କହିଛନ୍ତି। ସେ କହିଛନ୍ତି- ଭାରତ ଭଳି ଦେଶରେ ଏହାର ଅନୁସନ୍ଧାନ କରିବାକୁ କାହାକୁ ଅନୁମତି ନାହିଁ। ଏପରିକି ସେ କହିଛନ୍ତି- ମୁମ୍ବାଇ ଉତ୍ତର-ପଶ୍ଚିମ ଲୋକସଭା ଆସନରେ ଜିତିଥିବା ଶିବସେନା ସାଂସଦଙ୍କ ଜଣେ ସମ୍ପର୍କୀୟଙ୍କ ପାଖରେ ଏକ ଫୋନ୍ ଅଛି ଯେଉଁଥିରେ ଇଭିଏମ୍ ସହଜରେ ଖୋଲାଯାଇପାରିବ। ଇଭିଏମକୁ ନେଇ ଭାରତର ନିର୍ବାଚନ ପ୍ରକ୍ରିୟାରେ ସ୍ୱଚ୍ଛତା ନେଇ ଚିନ୍ତା ବଢୁଛି।

ଯେତେବେଳେ ସଂସ୍ଥାଗୁଡ଼ିକର ଉତ୍ତରଦାୟିତ୍ୱ ଅଭାବ ହୁଏ, ଗଣତନ୍ତ୍ର ଲଜ୍ଜାଜନକ ଠକାମିର ଶିକାର ହୁଏ। ଇଭିଏମ୍ ର ସୁରକ୍ଷାକୁ ନେଇ ଆମେରିକାର ବିଶିଷ୍ଟ ଉଦ୍ଯୋଗପତି, ଟେସଲା ଓ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସର ମାଲିକ ଏଲନ୍ ମସ୍କ ମଧ୍ଯ ପ୍ରଶ୍ନ ଉଠାଇଛନ୍ତି । ସେ କହିଛନ୍ତି ଇଭିଏମ୍ କୁ ହ୍ଯାକ୍ କରାଯାଇ ପାରିବ। ଏଆଇ ବା ମଣିଷ ଦ୍ବାରା ଏହାକୁ ହ୍ଯାକ୍ କରାଯାଇପାରେ। ଏହାର ଯଥେଷ୍ଟ ଆଶଙ୍କା ରହିଛି।  ନିର୍ବାଚନରେ ଇଭିଏମ୍  ବ୍ଯବହାର କରାଯିବା ଉଚିତ ନୁହେଁ ବୋଲି କହିଛନ୍ତି ଏଲନ୍ ମସ୍କ। ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ପୁର୍ଟୋ ରିକୋରେ ହୋଇଥିବା ପ୍ରାଇମେରିରେ ଅନେକ ଅନିୟମିତତା ଦେଖାଯିବା

ପରେ ମସ୍କ ଏହି ଆଶଙ୍କା ପ୍ରକାଶ କରିଛନ୍ତି। ଭାଗ୍ଯ ଭଲ ପେପର୍ ଟ୍ରେଲ୍ ସ୍ଲିପ ଥିଲା। ତାକୁ ଗଣତି କରିବାରୁ ଠିକ୍ ତଥ୍ଯ ଆସିଥିଲା। ଏହା ପରେ ଆମେରିକାରେ ଇଭିଏମ୍ କୁ ନେଇ ଅନେକ ଆଶଙ୍କା ଦେଖାଦେଇଛି। ମସ୍କଙ୍କ ସହିତ ଜୁନିଅର କେନେଡି ମଧ୍ଯ ଇଭିଏମ୍ ଉପରେ ପ୍ରଶ୍ନ ଉଠାଇଛନ୍ତି। ସେପଟେ  ଇଭିଏମ୍ ଉପରେ ମସ୍କ ପ୍ରଶ୍ନ ଉଠାଇବା ପରେ ପୂର୍ବତନ କେନ୍ଦ୍ର ଆଇଟି ମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର କହିଛନ୍ତି, ସବୁ ଇଭିଏମକୁ ସମାନ ଭାବେ ଗ୍ରହଣ କରାଯାଇପାରିବ ନାହିଁ।

ଭାରତର ଇଭିଏମ୍ ସହିତ ଅନ୍ଯ କୌଣସି କନେକଟିଭିଟି ନାହିଁ। ବ୍ଲୁ ଟୁଥ୍ ନାହିଁ କି ଇଣ୍ଟରନେଟ ନାହିଁ, ୱାଇ ଫାଇ ନାହିଁ । ପ୍ରଥମରୁ ଯାହା ପ୍ରୋଗ୍ରାମ କରି ରଖାଯାଇଛି, ତାକୁ ବଦଳାଇ ହେବ ନାହିଁ।  ଜାଲିଆତି କରି ନ ହେବା ଭଳି  ଇଭିଏମ୍ ଭାରତ ତିଆରି କରୁଛି। ଏହା ଥାର୍ଡ ଜେନେରେସନ ଇଭିଏମ୍ । କଟାକ୍ଷ କରି ରାଜୀବ ଚନ୍ଦ୍ରଶେଖର କହିଛନ୍ତି, ଏପରି ଇଭିଏମ୍ ତିଆରି ଆମେରିକାକୁ ଶିଖାଇବାକୁ ଭାରତ ରାଜି ଅଛି।