ତପସ୍ୟା ଓ ପୂଜାକୁ ନେଇ ବିଜେପି-ଆରଏସଏସକୁ ଟାର୍ଗେଟ କଲେ ରାହୁଲ

1 min read

କୁରୁକ୍ଷେତ୍ର: ସେପ୍ଟେମ୍ବର ୫ ତାରିଖରୁ କଂଗ୍ରେସର ଭାରତ ଯୋଡୋ ଯାତ୍ରା କନ୍ୟାକୁମାରୀରୁ ଆରମ୍ଭ ହୋଇଥିଲା । ଏହି ଯାତ୍ରା ଏବେ ହରିୟାଣାର କୁରୁକ୍ଷେତ୍ରରେ ପହଞ୍ଚିଛି । ଭାରତ ଯୋଡୋ ଯାତ୍ରାର ମୁଖ୍ୟ ଆକର୍ଷଣ ରହିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ । ରାହୁଲ ଦୀର୍ଘ ୩ ହଜାର କିଲୋମିଟରରୁ ଅଧିକ ବାଟ ଚାଲି ସାରିଲେଣି । ଏହି ଯାତ୍ରା ସମୟରେ ରାହୁଲ ଗାନ୍ଧୀ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରି ଆସୁଛନ୍ତି । କଂଗ୍ରେସ ନେତା ରାହୁଲ ଗାନ୍ଧୀ ରବିବାର କହିଛନ୍ତି ଯେ ତାଙ୍କ ନେତୃତ୍ୱରେ ଭାରତ ଯୋଡୋ ଯାତ୍ରାକୁ ଦେଶରେ ପ୍ରତି ସ୍ଥାନରେ ଅଦ୍ଭୁତ ସମର୍ଥନ ମିଳୁଛି ।

ତାଙ୍କର ଏହି ପଦଯାତ୍ରା ଘୃଣା ଓ ସମାଜରେ ସୃଷ୍ଟି କରାଯାଉଥିବା ଭୟ ବିରୋଧରେ ଅଟେ । ବେକାରୀ ଏବଂ ଦରଦାମବୃଦ୍ଧି ବୃଦ୍ଧି ବିରୋଧରେ ଅଟେ । କୁରୁକ୍ଷେତ୍ରରେ ଗଣମାଧ୍ୟମକୁ ସମ୍ବୋଧିତ କରି ରାହୁଲ କହିଛନ୍ତି, ଭାରତ ଯୋଡୋ ଯାତ୍ରାକୁ ସବୁଠି ଜବରଦସ୍ତ ସମର୍ଥନ ମିଳୁଛି । ଯାତ୍ରାର ଉଦ୍ଦେଶ୍ୟ ଲୋକଙ୍କୁ ଦେଶର ପ୍ରକୃତ ସ୍ୱର ଶୁଣାଇବା ମଧ୍ୟ ଅଟେ । ଏକ ପ୍ରଶ୍ନର ଉତ୍ତରରେ ରାହୁଲ ଜବାବ ଦେଇ ତପସ୍ୟା ଏବଂ ପୂଜାକୁ ନେଇ ବିଜେପି-ଆରଏସଏସ ଉପରେ ମଧ୍ୟ ବାକ୍ ଆକ୍ରମଣ କରିଛନ୍ତି । ସେ କହିଛନ୍ତି ଯେ, କଂଗ୍ରେସ ଦଳ ହେଉଛି ଏକ ତପସ୍ୟାର ସଂଗଠନ ।

ଏହାକୁ ଆପଣ ତପସ୍ୟାରେ ଲଗାଇଲେ ଶକ୍ତି ମିଳିଥାଏ । ବିଜେପି ପୂଜାର ସଂଗଠନ ଅଟେ । ତାକୁ ଯଦି ଆପଣ ପୂଜାରେ ଲଗାଇବେ ତେବେ ସେଥିରେ ଶକ୍ତି ଆସିଥାଏ । ପୂଜା ଦୁଇ ପ୍ରକାରର ହୋଇଥାଏ । ଗୋଟିଏ ସମ୍ମାନ ହୋଇଥାଏ ଯେ ମୁଁ ଭଗବାନଙ୍କ ପୂଜା କରିବି ଏବଂ କିଛି ମାଗିବି । ଆରଏସଏସର ପୂଜା ଭିନ୍ନ ଅଟେ । ସେମାନେ ଚାହିଁଥାନ୍ତି ଯେ ଜୋର ଜବରଦସ୍ତରେ ତାଙ୍କ ପୂଜା ହେଉ । ସେ କହିଛନ୍ତି ଯେ ମୋଦି ଚାହୁଁଛନ୍ତି ଯେ ଜୋର ଜବରଦସ୍ତି ତାଙ୍କର ପୂଜା ହେଉ ଏବଂ ଦେଶରେ ସମସ୍ତେ ତାଙ୍କ ପୂଜା କରନ୍ତୁ ।

ଏହାର ଜବାବ ତପସ୍ୟା ହିଁ ହୋଇପାରେ । ଏହି ଯାତ୍ରାରେ କେବଳ କଂଗ୍ରେସ ନୁହେଁ, ଲକ୍ଷ ଲକ୍ଷ ଲୋକ ତପସ୍ୟା କରୁଛନ୍ତି । ଏହା ହିଁ ଯାତ୍ରାର ସନ୍ଦେଶ ଅଟେ । ବିଜେପି କହୁଛି ଯେ ଆମ ପୂଜା ଯିଏ କରିବ ତାର ସମ୍ମାନ ହେବ । ସେ ଆଗକୁ କହିଛନ୍ତି ଯେ ହିନ୍ଦୁସ୍ତାନର ଏମିତି କୃଷକ, ଶ୍ରମିକ ମିଳିବେନି ଯିଏ ମୋଠୁ ମଧ୍ୟ କମ୍ ଚାଲିଛନ୍ତି । ସେମାନେ ହେଉଛନ୍ତି ଜଣେ ଜଣେ ତପସ୍ୱୀ, ମୁଁ ସେମାନଙ୍କ ସମ୍ମାନ କରେ । ଏ ଦେଶ ତପସ୍ୱୀଙ୍କର ଅଟେ, ପୂଜାରୀର ନୁହେଁ ବୋଲି ରାହୁଲ କହିଛନ୍ତି ।