ୟୁପି କଂଗ୍ରେସ ଅଧ୍ୟକ୍ଷଙ୍କ ଘୋଷଣା, ଅମେଠିରୁ ନିର୍ବାଚନ ଲଢିବେ ରାହୁଲ

1 min read

ଲକ୍ଷ୍ନୌ: ଉତ୍ତର ପ୍ରଦେଶ କଂଗ୍ରେସ କମିଟିର ନବନିଯୁକ୍ତ ଅଧ୍ୟକ୍ଷ ଦାୟିତ୍ବ ମିଳିବା ପରେ ଅଜୟ ରାୟ ବଡ ଖୁଲାସା କରିଛନ୍ତି  । ଦାୟିତ୍ବ ମିଳିବା ପରେ ଉତ୍ତର ପ୍ରଦେଶରେ ପହଞ୍ଚିଛନ୍ତି ଅଜୟ ରାୟ  । ବିମାନବନ୍ଦରରେ ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତର ଦେବାକୁ ଯାଇ ସେ କହିଛନ୍ତି ଅମେଠିରୁ ନିଶ୍ଚିତ ଲଢିବେ ରାହୁଲ  । ସେହିପରି ପ୍ରିୟଙ୍କା ଗାନ୍ଧୀ ଯେଉଁଠୁ କହିବେ ତାଙ୍କୁ ସମର୍ଥନ ଦିଆଯିବ ବୋଲି କହିଛନ୍ତି ଅଜୟ  । ସେପଟେ ସ୍ମୃତି ଇରାନୀଙ୍କ ମତିଭ୍ରମ ହୋଇଛି  । ଗତ ନିର୍ବାଚନ ବେଳେ ଇରାନୀ କହିଥିଲେ ଯେ ‘ପଦ୍ମ ବଟନ ଚିପିଲେ କିଲୋପିଛା ୧୩ ଟଙ୍କାରେ ଚିନି ମିଳିବ  । କିନ୍ତୁ ସେ କଣ ଦେଇ ପାରିଲେ ’?

ସେ କହିଛନ୍ତି ମୁଁ ରାହୁଲ ଗାନ୍ଧୀଙ୍କ ସିପାହୀ ଓ କାର୍ଯ୍ୟକର୍ତ୍ତା  । ଯିଏ କି ସମ୍ପୂର୍ଣ୍ଣ ବଳ ଲଗାଇ ବିଜେପି ଓ ନରେନ୍ଦ୍ର ମୋଦିଙ୍କ ବିରୋଧରେ ଲଢେଇ କରିଛି  । ଏବେ ପୁଣି ଚନ୍ଦୌଲୀରୁ ଗାଜିଆବାଦ ପର୍ଯ୍ୟନ୍ତ ଲଢେଇ ଜାରି ରହିବ । ଏହି ପ୍ରଦେଶରେ ସବୁଠାରୁ ବଡ ପ୍ରସଙ୍ଗ ଏବେ ବେରୋଜଗାରୀ, ମହଙ୍ଗା ପାଲଟିଛି  । ED ଓ CBI ଭୟ ଦେଖାଇ ଏଠାରେ ଶାସନ ଚାଲିଛି  । ଅନ୍ୟପଟେ ରାହୁଲ ଗାନ୍ଧୀ କାଶ୍ମୀରରୁ କନ୍ୟାକୁମାରୀ ପର୍ଯ୍ୟନ୍ତ ପ୍ରେମର ବାର୍ତ୍ତା ବାଣ୍ଟି ଚାଲିଛନ୍ତି  ।

ଅମେଠୀରୁ ନିର୍ବାଚନ ଲଢିଲେ ରାହୁଲ ନିଶ୍ଚିତ ରୂପେ ଜିତିବେ ବୋଲି ଦାବି କରିଛନ୍ତି ନବନିଯୁକ୍ତ ଅଧ୍ୟକ୍ଷ  ।