ଆଇପିଏଲରେ ଏହି ଦଳର ହେଡ କୋଚ ଭାବେ କାର୍ଯ୍ୟ କରିବେ ରାହୁଲ ଦ୍ରାବିଡ୍

1 min read

ନନ୍ଦିଘୋଷ ବ୍ୟୁରୋ: ଟିମ ଇଣ୍ଡିଆର ପୂର୍ବତନ ମୁଖ୍ୟ ପ୍ରଶିକ୍ଷକ ରାହୁଲ ଦ୍ରାବିଡ ପୁଣିଥରେ ଆଇପିଏଲକୁ ଫେରୁଛନ୍ତି । ତାଙ୍କ କୋଚିଂରେ ଖେଳିବ ଦଳ । ତେବେ ସେ ପୁରୁଣା ଦଳ ରାଜସ୍ଥାନ ରୟାଲ୍ସର କୋଚିଂ ଭାର ସମ୍ଭାଳିବେ । ରାଜସ୍ଥାନ ରୟାଲ୍ସ ପକ୍ଷରୁ ତାଙ୍କୁ ମୁଖ୍ୟ ପ୍ରଶିକ୍ଷକ ଦାୟିତ୍ବ ପ୍ରଦାନ କରାଯାଇଛି । ଏହା ପୂର୍ବରୁ ଏହି ଦାୟିତ୍ବରେ ରହିଥିଲେ ପୂର୍ବତନ ଶ୍ରୀଲଙ୍କା କ୍ରିକେଟର କୁମାର ସାଙ୍ଗାକାରା । ଯଦିଓ ସେ ଏହି ପଦବୀ ଛାଡ଼ିବେ କିନ୍ତୁ ମେଣ୍ଟରଭାବେ ଦଳରେ ଦାୟିତ୍ବ ତୁଲାଇବେ । ସେପଟେ ରାହୁଲ ଦ୍ରାବିଡଙ୍କ କୋଚିଂରେ ଭାରତୀୟ ଦଳ ଟି-୨୦ ବିଶ୍ବକପ ଜିତିଛି । ଏଣୁ ଆଗାମୀ ଦିନରେ ରାଜସ୍ଥାନ ରୟାଲ୍ସ ତାଙ୍କ ଅଧିନାୟକତ୍ବରେ ଦମଦାର ପ୍ରଦର୍ଶନ କରିବ ବୋଲି ଆଶା ରଖାଯାଇଛି ।