ହୋମିଓ ପ୍ୟାଥିକ କଲେଜରେ ଛାତ୍ରୀଙ୍କୁ ରାଗିଂ

ସମ୍ୱଲପୁର: ବୁର୍ଲା ବୈଷୟିକ ବିଶ୍ୱବିଦ୍ୟାଳୟ ପରେ ଏବେ ସମ୍ବଲପୁର ହୋମିଓ ପ୍ୟାଥିକ କଲେଜରୁ ଆସିଛି ରାଗିଂ ଅଭିଯୋଗ । ଦ୍ବିତୀୟ ବର୍ଷର ୪ ଜଣ ଛାତ୍ରୀ ରାଗିଂର ଶିକାର ହୋଇଛନ୍ତି । ଛାତ୍ରୀଙ୍କୁ ଯୌନ ନିର୍ଯାତନା ଦିଆଯାଇଥିବା ଅଭିଯୋଗ ହୋଇଛି । ରାଗିଂରେ ଛାତ୍ରୀଙ୍କ ସହ ଛାତ୍ର ସାମିଲ ଥିବା ଅଭିଯୋଗ । ଦିଲ୍ଲୀ ଆଣ୍ଟିରାଗିଂ ସେଲରେ ଅଭିଯୋଗ ପରେ ଆରମ୍ଭ ହୋଇଛି ତନାଘନା । ଏନେଇ ସୂଚନା ଦେଇଛନ୍ତି କଲେଜ ଅଧ୍ୟକ୍ଷ ରାଜେନ୍ଦ୍ର ସିଂ ।

ସୂଚନା ଯୋଗ୍ୟ ଯେ,  କିଛି ଦିନ ପୂର୍ବରୁ ବୁର୍ଲା ଭିସୁଟ୍‌ରୁ ମଧ୍ୟ ରାଗିଂର ଅଭିଯୋଗ ଆସିଥିଲା । କିଛିଦିନର ବ୍ୟବଧାନରେ ରାଜ୍ୟର ଏହି ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନର ପ୍ରତିଷ୍ଠା ଓ ଅନୁଶାସନ ଉପରେ ଲାଗିଛି କଳଙ୍କ । ବୁର୍ଲା ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ ଭିସୁଟରେ ଜୁନିୟର ଛାତ୍ରଙ୍କୁ ସିନିୟର ଛାତ୍ର ରାଗିଂ କରିଥିବା ଅଭିଯୋଗ। ଗତ ୨୯ ତାରିଖ ହୋଲି ଦିନ ଭିସୁଟ୍‌ର ବଶିଷ୍ଟ ଛାତ୍ରାବାସରେ କିଛି ଚତୁର୍ଥ ବର୍ଷର ସିନିୟର ଛାତ୍ର ନିଶା ସେବନ କରୁଥିଲେ। ଏହି ସମୟରେ କିଛି ଦ୍ଵିତୀୟ ବର୍ଷର ଜୁନିୟର ଛାତ୍ର ସେହି ରାସ୍ତା ଦେଇ ଯାଇଥିଲେ। ଏଥିରେ ଉତ୍‌କ୍ଷୀପ୍ତ ହୋଇ ସିନିୟର ଛାତ୍ରମାନେ ୪ ଜଣ ଜୁନିୟରଙ୍କୁ ତାଙ୍କ କଠୋରୀରୁ ଡାକି ରାଗିଂ କରିଥିବା ଅଭିଯୋଗ ହୋଇଛି। ଏପରିକି ୪ ଜଣ ଦ୍ଵିତୀୟ ବର୍ଷର ଛାତ୍ରଙ୍କୁ ୪୦ ରୁ ଉର୍ଦ୍ଧ୍ବ ଛାତ୍ରଙ୍କୁ ରାଗିଂ କରିଥିବା ଅଭିଯୋଗ ହୋଇଛି। ଜୁନିୟର ଛାତ୍ରଙ୍କୁ ଉଲଗ୍ନ କରି ମାଡ଼ ମରାଯିବା ସହିତ ଗଞ୍ଜେଇ ଧୁଆଁ ମୁହଁରେ ଫୁଙ୍କିଥିବା ଅଭିଯୋଗ ହୋଇଛି। ଏନେଇ ଜୁନିୟର ଛାତ୍ରମାନେ ଭିସୁଟର ଆଣ୍ଟି ରାଗିଂ ସେଲରେ ଲିଖିତ ଅଭିଯୋଗ କରିଥିବା ଜଣାପଡ଼ିଛି। ଏପରିକି ଏହି ଜୁନିୟର ଛାତ୍ରମାନେ ଭୟରେ ଛାତ୍ରାବାସ ଛାଡ଼ି ପଳାଇଥିବା ଜଣାପଡିଛି।

ଏଥିସହିତ ପଢ଼ନ୍ତୁ: ପୁଣି ବୁର୍ଲା ଭିସୁଟ୍‌ରେ ରାଗିଂ ଅଭିଯୋଗ: ଭୟରେ ହଷ୍ଟେଲ ଛାଡ଼ିଲେ ଛାତ୍ର

Leave a Reply