ଦର୍ଶକଙ୍କ ଅଭଦ୍ରାମୀରେ ଅତିଷ୍ଠ ସିରାଜ; କ୍ଷମା ମାଗିଲା ଅଷ୍ଟ୍ରେଲିଆ, ବିଦାହେଲ ୬ ଦର୍ଶକ

1 min read

ସିଡନି: ଗ୍ରାଉଣ୍ଡରେ ଖେଳ ଚାଲିଛି । ଷ୍ଟାଡିୟମରେ ଅଭଦ୍ରାମୀ ବଢୁଛି । ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ତୃତୀୟ ଟେଷ୍ଟ ମ୍ୟାଚ ଜାରି ରହିଥିବାବେଳ ଦେଖିବାକୁ ମିଳିଛି ଏଭଳି ଅପ୍ରୀତିକର ପରିସ୍ଥିତି । ଟିମ ଇଣ୍ଡିଆର ପେସ ବୋଲର ମହମ୍ମଦ ସିରାଜଙ୍କୁ ଅଭଦ୍ର ଏବଂ ଅରୁଚୀକର ମନ୍ତବ୍ୟ ପ୍ରଦାନ କରିଛନ୍ତି ଅଷ୍ଟ୍ରେଲିଆ ଦର୍ଶକ । ଏପରି ଅଭିଯୋଗ ଆସିବା ପରେ ଅଭଦ୍ରାମୀ କରୁଥିବା ଦର୍ଶକଙ୍କୁ ଗ୍ୟାଲେରୀରୁ ବିଦା କରିଛି ପୋଲିସ । ସେପଟେ ଉକ୍ତ ଘଟଣାକୁ ନେଇ ଟିମ ଇଣ୍ଡିଆକୁ କ୍ଷମା ମାଗିଛି କଙ୍ଗାରୁ ବାହିନୀ ।

ମହମ୍ମଦ ସରାଜଙ୍କୁ ଲଗାତର ଦୁଇଟି ଟେଷ୍ଟରେ ଜାତିଆଣ ମନ୍ତବ୍ୟ ଦେବା ସହ ଗାଳି ଗୁଲଜ କରି ଆସୁଥିଲେ ଅଷ୍ଟ୍ରେଲିଆ ଦର୍ଶକ । କେବଳ ଯେ ଏମାନଙ୍କ ଟାର୍ଗେଟରେ ସିରାଜ ନଥିଲେ ବଂର ବୋଲର ବୁମରାହଙ୍କୁ ମଧ୍ୟ ଦେଇଛନ୍ତି ଜାତିଆଣ ଟିପ୍ପଣି । ମଦ୍ୟପ ଦର୍ଶକଙ୍କ ଅସହ୍ୟ ଅଭଦ୍ରାମୀରେ ଅତିଷ୍ଠ ହୋଇ ସିରାଜ ପ୍ରଥମେ କ୍ୟାପଟେନ ରାହାଣେଙ୍କୁ କରିଥିଲେ ଏବିଷୟରେ ଅବଗତ । ପରେ ଉଭୟେ ଫିଲ୍ଡ ଅମ୍ପାୟରଙ୍କ ନିକଟରେ କରିଥିଲେ ଅଭିଯୋଗ । ଏଭଳି ଅଭିଯୋଗ ପାଇବା ପରେ ତତକ୍ଷାଣତ ଫିଲ୍ଡ ଅମ୍ପାୟର, ମ୍ୟାଚ ରେଫରୀ ଏବଂ ଟିଭି ଅମ୍ପାୟରଙ୍କ ସହ ଆଲୋଚନା କରି ପୋଲିସକୁ ଡାକିଥିଲେ ।

କିଛି ସମୟ ପାଇଁ ବନ୍ଦ ହୋଇଯାଇଥିଲା ଖେଳ । ଥମିଯାଇଥିଲା କୋଳାହଳ । ଏବଂ ଗ୍ୟାଲେରୀରେ ପ୍ରବେଶ କରିଥିଲା ପୋଲିସ । ଭାରତୀୟ ଖେଳାଳୀଙ୍କ ପ୍ରତି ଅରୁଚୀକର ମନ୍ତବ୍ୟ ଏବଂ ଜାତିଆଣ ଆକ୍ଷେପ କରୁଥିବା ୬ ଦର୍ଶକଙ୍କୁ ଷ୍ଟାଡିୟମରୁ ବିଦା କରିଥିଲା ଅଷ୍ଟ୍ରେଲିଆ ପୋଲିସ । ସେପଟେ ଉକ୍ତ ଘଟଣାରେ କ୍ରିକେଟ ଅଷ୍ଟ୍ରେଲିଆ ଟିମ ଇଣ୍ଡିଆକୁ କ୍ଷମା ମାଗିବା ସହ, ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଘୋଷଣା କରିଛି ।

Leave a Reply