ରବୀନ୍ଦ୍ର ଜାଡେଜାଙ୍କୁ ମ୍ୟାଚ୍ ଫିସର ୨୫% ଫାଇନ୍, ଅମ୍ପାୟାରଙ୍କୁ ନଜଣାଇ ଆଙ୍ଗୁଠିରେ ମଲମ ଲଗାଇଥିଲେ

1 min read

ନାଗପୁର: ଭାରତର ଷ୍ଟାର ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜାଙ୍କ ଉପରେ ପ୍ରଥମ କ୍ରିକେଟ ଟେଷ୍ଟରେ ମ୍ୟାଚ ଫିସର ୨୫ ପ୍ରତିଶତ ଫାଇନ୍ ଲଗାଯାଇଛି । ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଇଥିବା ପ୍ରଥମ ଟେଷ୍ଟ ମ୍ୟାଚ ସମୟରେ ଆଇସିସି ଆଚାର ସଂହିତା ଅନୁସାରେ ଜାଡେଜାଙ୍କୁ ଲେବୁଲ-୧ର ଅପରାଧୀ ଭାବେ ଗଣାଯାଇଛି ।   ସେ ଅମ୍ପାୟାରଙ୍କୁ ବିନା ଜଣାଇ ଆଙ୍ଗୁଠିରେ ମଲମ ଲଗାଇଥିଲେ । ଏହାପରେ ବୋଲିଂ ମଧ୍ୟ କରିଥିଲେ । ସେ ଟେଷ୍ଟ ମ୍ୟାଚର ପ୍ରଥମ ଦିନରେ ସିରାଜଙ୍କଠାରୁ ମଲମ ନେଇ ଆଙ୍ଗୁଠିରେ ମାରୁଥିବାର କ୍ୟାମେରାରେ କଏଦ ହୋଇଥିଲା । ଏନେଇ ଅଷ୍ଟ୍ରେଲିଆ ଟିମ୍ ଅଭିଯୋଗ କରିଥିଲା । ଏମିତିକି ଅନେକ ଅଷ୍ଟ୍ରେଲୀୟ ମିଡିଆ ବଲ୍ ଟ୍ୟାମ୍ପରିଂ ନେଇ ଅଭିଯୋଗ କରିଥିଲେ । ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚରେ ଭାରତ ଇନିଂସ ଏବଂ ୧୩୨ରନରେ ବିଜୟୀ ହୋଇଛି । ପ୍ରଥମ ଇନିଂସରେ ଭାରତର ଷ୍ଟାର ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ଚମତ୍କାର ବୋଲିଂ କରିଥିଲେ । ସର୍ବାଧିକ ୫ଟି ୱିକେଟ୍ ଅକ୍ତିଆର କରିଥିଲେ ।