ଚେସ୍ ବିଶ୍ୱକପ୍ ଫାଇନାଲରେ ଭାରତର ଆର୍ ପ୍ରଜ୍ଞାନନ୍ଦ

1 min read

ନନ୍ଦିଘୋଷ ବ୍ୟୁରୋ: ଚେସ୍ ବିଶ୍ୱକପ୍ ଫାଇନାଲରେ ଭାରତର ଆର୍ ପ୍ରଜ୍ଞାନାନନ୍ଦ । ସର୍ବକନିଷ୍ଠ ଭାବେ ଫାଇନାଲରେ ପ୍ରବେଶ କରି ସେ ରେକର୍ଡ କରିଛନ୍ତି । ସୋମବାର ଖେଳାଯାଇଥିବା ସେମିଫାଇନାଲରେ ସେ ଆମେରିକୀୟ ଗ୍ରାଣ୍ଡମାଷ୍ଟର ଫାବିଆନୋ କାରୁଆନାଙ୍କୁ ପରାସ୍ତ କରିବାରେ ସଫଳ ହୋଇଥିଲେ । ଆଜେରବାଇଜାନର ବାକୁରେ ଚାଲିଥିବା FIDE ବିଶ୍ୱକପ୍ ଚେସ୍ ଟୁର୍ଣ୍ଣାମେଣ୍ଟ ସେମିଫାଇନାଲରେ ଟାଇ-ବ୍ରେକ ମାଧ୍ୟମରେ ଇଣ୍ଡିଆନ ଗ୍ରାଣ୍ଡମାଷ୍ଟର ବିଶ୍ୱର ନଂ-୩ କାରୁଆନାଙ୍କୁ ୩.୫-୨.୫ରେ ପରାଜିତ କରିଛନ୍ତି ।

ଦୁଇ ଖେଳର କ୍ଲାସିକାଲ ସିରିଜ ୧-୧ରେ ସମାପ୍ତ ହେବା ପରେ ୧୮ ବର୍ଷୀୟ ଭାରତୀୟ ପ୍ରଗନ୍ନାଧ, ଆମେରିକୀୟ ଗ୍ରାଣ୍ଡମାଷ୍ଟରଙ୍କୁ ଏକ ଟାଇ-ବ୍ରେକରେ ମାତ୍ ଦେଇଥିଲେ । ପ୍ରଜ୍ଞାନାନନ୍ଦ ଏବେ ଫାଇନାଲରେ ନରୱେର ମାଗ୍ନସ କାର୍ଲସେନଙ୍କୁ ଭେଟିବେ । ମାଗ୍ନସ କାର୍ଲସେନ ବର୍ତ୍ତମାନ ବିଶ୍ୱର ନଂ-୧ ଚେସ୍ ଖେଳାଳି ଅଟନ୍ତି । ଉଲ୍ଲେଖଯୋଗ୍ୟ, ବିଶ୍ୱନାଥନଙ୍କ ପରେ ପ୍ରଜ୍ଞାନାନନ୍ଦ ପ୍ରଥମ ଭାରତୀୟ ଭାବେ ଫାଇନାଲରେ ପ୍ରବେଶ କରିଛନ୍ତି ।