ବିଦେଶରୁ ଆସିଲେ ବାଧ୍ୟତାମୂଳକ ନୁହେଁ ହୋମ୍ ଆଇସୋଲେସନ୍

ନୂଆଦିଲ୍ଲୀ: ବିଦେଶରୁ ଆସିଲେ ବାଧ୍ୟତା ମୂଳକ ନୁହେଁ ସଂଗରୋଧ । କୋଭିଡ ଗାଇଡଲାଇନ୍ ଅନୁସାରେ ସେମାନଙ୍କ ପାଇଁ ସୁବିଧା ଯୋଗାଇଦିଆଯିବ । ଭାରତରେ ପହଞ୍ଚିଲେ ଯଦି କୌଣସି ଯାତ୍ରୀ କରୋନା ସଂକ୍ରମିତ ଚିହ୍ନଟ ହେଲେ ସେମାନଙ୍କୁ ଘରେ ସଂଗରୋଧ ରହିବା ପାଇଁ ଅନୁମତି ଦିଆଯିବ । ଏଥିସହ କଣ୍ଟାକ୍ଟ ଟ୍ରେସିଂ କରାଯିବ । ଆସନ୍ତା ୨୨ରୁ ଏହି ନୂଆ ନିୟମ ଲାଗୁ ହେବ । ଏନେଇ ସ୍ବାସ୍ଥ୍ୟମନ୍ତ୍ରାଳୟ ପକ୍ଷରୁ ନୂଆ ଗାଇଡଲାଇନ୍ ଜାରି କରାଯାଇଛି ।
ଏବେ ବିଦେଶରୁ ଆସୁଥିବା ଯାତ୍ରୀ ପଜିଟିଭ ଚିହ୍ନଟ ହେଲେ ଆଇସୋଲେସନ ବାଧ୍ୟତାମୁଳକ ରହିଛି । ଏପଟେ ଏହି ସମୟରେ ଶିଶୁଙ୍କ ଯତ୍ନ ନେବା ପାଇଁ ଗାଇଡଲାଇନ୍ ଜାରି କରିଛନ୍ତି କେନ୍ଦ୍ର ସରକାର । ସଂକ୍ରମିତ ମାନେ ଟ୍ରିପଲ ଲେୟାର ମାସ୍କ ପିନ୍ଧିବେ । ଛୋଟ ପିଲା ପଜିଟିଭ ଚିହ୍ନଟ ହେଲେ ତୁରନ୍ତ ଚାଇଲ୍ଡ କେୟାର ସୁବିଧା ଯୋଗାଇ ଦିଆଯିବ । ପାଞ୍ଚ ବର୍ଷ ତଳେ ପିଲା ମାନେ ମାସ୍କ ପିନ୍ଧିବାକୁ ବାରଣ କରାଯାଇଛି । ଶ୍ବାସଜନିତ ସମସ୍ୟା ଥିଲେ ମଧ୍ୟ ମାସ୍କ ପିନ୍ଧିବା ମନା ।