ଇସ୍ରାଏଲ-ହମାସ ଯୁଦ୍ଧ: ମଧ୍ୟସ୍ଥତାରୁ ପଛକୁ ହଟିଲା କତର
1 min readନୂଆଦିଲ୍ଲୀ: ଇସ୍ରାଏଲ-ହମାସ ମଧ୍ୟରେ ଚାଲିଛି ଘମାଘୋଟ ଯୁଦ୍ଧ । ଇସ୍ରାଏଲର ଏୟାର ଷ୍ଟ୍ରାଇକରେ ଛାରଖାର ହେଉଛି ଗାଜା । ହେଲେ ହମାସ ହାର ମାନିବାକୁ ନାରାଜ । ଆଉ ଇସ୍ରାଏଲ ଛାଡିବାକୁ ନରାଜ । ଏମିତି ସ୍ଥିତିରେ ଉଭୟଙ୍କ ମଧ୍ୟରେ ଅସ୍ତ୍ରବିରତ ପାଇଁ ଚାଲିଥିବା ପ୍ରୟାସ ସଫଳ ହେବା ଭଳି ଲାଗୁନି । ଏମିତି ସ୍ଥିତିରେ ଇସ୍ରାଏଲ ଓ ଗାଜା ମଧ୍ୟରେ ଯୁଦ୍ଧ ବିରତି ନେଇ କତର ଦେଇଥିବା ପ୍ରସ୍ତାବରୁ ପଛକୁ ହଟି ଯାଇଛି ।
ଯେ ପର୍ଯ୍ୟନ୍ତ ଯୁଦ୍ଧ ବିରତି ନେଇ ଦୁଇ ଦେଶ ସହମତି ପ୍ରକାଶ କରିନାହାନ୍ତି ଏଥିରେ ମଧ୍ୟସ୍ଥତା ଜାରି ରଖିବ ନାହିଁ ବୋଲି କତର କହିଛି । ଇସ୍ରାଏଲ ପାଲେଷ୍ଟାଇନ ମଧ୍ୟରେ ଲାଗିଥିବା ଯୁଦ୍ଧରେ ଯୁଦ୍ଧବିରତି ଓ ପଣବନ୍ଦୀଙ୍କୁ ମୁକ୍ତ କରିବା ପାଇଁ କତର ମଧ୍ୟସ୍ଥତା ଭାବେ ଯୋଡ଼ି ହୋଇଥିଲେ। ଇସ୍ରାଏଲ ଓ ହମାସ ଯୁଦ୍ଧ ବିରତି ନେଇ ସୌହାର୍ଦ୍ଦ୍ୟପୂର୍ଣ୍ଣ ବୁଝାମଣା ନେଇ ଆଲୋଚନା କରିବାକୁ ମନା କରି ଆସୁଛନ୍ତି । ଯେପର୍ଯ୍ୟନ୍ତ ଉଭୟ ମନା କରୁଥିବେ ସେ ପର୍ଯ୍ୟନ୍ତ କତର ଏଥିରେ ମଧ୍ୟସ୍ଥତା କରିବ ନାହିଁ ବୋଲି କହିଛି ।
କତର ଆମେରିକା ଓ ଇଜିପ୍ଟ ସହ ପଣବନ୍ଦୀଙ୍କ ସମେତ କଏଦୀଙ୍କୁ ମୁକୁଳାଇବା ନେଇ ଆଲୋଚନା କରି ଆସୁଛି । ତେବେ ଏହି ଆଲୋଚନାରେ କୌଣସି ସଫଳ ମିଳିନାହିଁ । କତର ଏହାକୁ ନେଇ ଦୁଇ ପକ୍ଷ ଇସ୍ରାଏଲ ଓ ହମାସ ସହ ଆମେରିକା ପ୍ରଶାସନକୁ ମଧ୍ୟ ମଧ୍ୟସ୍ଥତାରୁ ହଟିବା ନେଇ ସୂଚନା ଦେଇଦେଇଛି । ଯେତେବେଳେ ଉଭୟ ପକ୍ଷ କୌଣସି ବୁଝାମଣା କରିବାକୁ ସହମତି ପ୍ରକାଶ କରିବେ ସେତେବେଳେ ଯାଇ କତର ଏଥିରେ ମଧ୍ୟସ୍ଥତା କରିବାକୁ ସାମିଲ ହେବ ବୋଲି କହିଛି ।