ଏମକେସିଜିରେ ଦୁଇ ମହଲାରୁ ବୃଦ୍ଧା ଖସିପଡ଼ିବା ଘଟଣା, ତଦନ୍ତ ଆରମ୍ଭ

1 min read
PWD & GED Department Started Investigation On Old Lady Critical Case

ବ୍ରହ୍ମପୁର: ବ୍ରହ୍ମପୁର ଏମ୍‌କେସିଜି ମେଡିକାଲ କଲେଜର ନିର୍ମାଣାଧୀନ ଲିଫ୍‌ଟରୁ ଖସି ବୃଦ୍ଧା ଗୁରୁତର ହେବା ଘଟଣାରେ ଆରମ୍ଭ ହୋଇଛି ତନାଘନା । ନନ୍ଦିଘୋଷ ଟିଭିରେ ଲଗାତାର ଖବର ପ୍ରସାରଣ ପରେ ପୂର୍ତ୍ତ ବିଭାଗ ଓ ମେଡିକାଲ ଟିମ୍ ମିଳିତ ଭାବେ ତଦନ୍ତ ଆରମ୍ଭ କରିଛନ୍ତି । PWD ଓ GED ବିଭାଗର ଚାରିଜଣିଆ ଟିମ୍‌ ତଦନ୍ତ ଆରମ୍ଭ କରିଛନ୍ତି । ଦୁଇ ବିଭାଗର SDO ଓ JE ମେଡିକାଲରେ ଦୁର୍ଘଟଣା ଘଟିଥିବା ସ୍ଥାନ ବୁଲି ତଦନ୍ତ କରିଛନ୍ତି । ତେବେ ଘଟଣାକୁ ଚପାଇବା ପାଇଁ ଜୋରରଦାର ପ୍ରୟାସ ଚାଲିଛି ବୋଲି ଚର୍ଚ୍ଚା ହେଉଛି । ସେପଟେ ବୃଦ୍ଧା ପୁନା ସାହୁଙ୍କ ଚିକିତ୍ସା କଟକ ଏସସିବି ବଡ ମେଡ଼ିକାଲ ଅସ୍ଥିଶଲ୍ୟ ବିଭାଗରେ ଚାଲିଛି ।

PWD & GED Department Started Investigation On Old Lady Critical Case

ଆଜି ତାଙ୍କର ବିଭିନ୍ନ ରକ୍ତ ପରୀକ୍ଷା ସାଙ୍ଗକୁ ଇସିଜି କରାଯାଇଛି । ସ୍ବାସ୍ଥ୍ୟବସ୍ଥା ସ୍ଥିର ରହିଛି । ମାଆଙ୍କ ଚିକିତ୍ସା ନେଇ ପୁଅ ସନ୍ତୋଷ ପ୍ରକାଶ କରିଥିବା ବେଳେ ମାଆଙ୍କୁ ଭଲ କରି ଦେବାକୁ ଅନୁରୋଧ କରିଛନ୍ତି । ଗତ ୩୧ ତାରିଖରେ ଚକ୍ଷୁ ଚିକିତ୍ସା ପାଇଁ ବ୍ରହ୍ମପୁର ହୁଗୁଳାପଟା ଗାଁର ୬୫ ବର୍ଷୀୟ ବୃଦ୍ଧା ପୁନା ସାହୁ ନିଜ ପୁଅ ସହ ଏମ୍‌କେସିଜି ମେଡିକାଲର ଦ୍ବିତୀୟ ମହଲାରେ ଥିବା ଚକ୍ଷୁ ବିଭାଗରେ ପହଞ୍ଚିଥିଲେ । ଚକ୍ଷୁ ବିଭାଗରେ ବୃଦ୍ଧା ଜଣକ ବସିଥିବା ବେଳେ, ତାଙ୍କ ପୁଅ ରକ୍ତ ପରୀକ୍ଷା ରିପୋର୍ଟ ଆଣିବାକୁ ଯାଇଥିଲେ ।

PWD & GED Department Started Investigation On Old Lady Critical Case

ଏହି ସମୟରେ ନିର୍ମାଣାଧୀନ ଲିଫ୍‌ଟର କବାଟ ବନ୍ଦ ନଥିବାରୁ ତାହା ଶୌଚାଳୟ ଭାବି ବୃଦ୍ଧା ଜଣକ ଭିତରକୁ ପଶିଯିବାରୁ ସିଧା ଦୁଇ ମହଲାରୁ ତଳକୁ ଖସି ପଡ଼ିଥିଲେ । ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା ଓ ଦୁଇଟି ହାତ ଏବଂ ଅଣ୍ଟା ଭାଙ୍ଗି ଯାଇଥିଲା । ଦୀର୍ଘ ସମୟ ଧରି ତଳେ ରକ୍ତାକ୍ତ ଅବସ୍ଥାରେ ବୃଦ୍ଧା ପୁନା ସାହୁ ପଡ଼ିରହିଥିଲେ ମଧ୍ୟ ତାଙ୍କୁ ଉଦ୍ଧାର କରାଯାଇନଥିଲା । ବୃଦ୍ଧାଙ୍କୁ ପୁଅ ଉଦ୍ଧାର କରି କାଜୁଆଲଟିରେ ଭର୍ତ୍ତି କରିଥିଲେ । ହେଲେ ଏମ୍‌କେସିଜି ମେଡିକାଲ କର୍ତ୍ତୃପକ୍ଷ ବୃଦ୍ଧାଙ୍କୁ ଚିକିତ୍ସା କରିବା ପରିବର୍ତ୍ତେ ନିଜ ଦୋଷ ଲୁଚାଇବାକୁ ଅନ୍ୟ ଡାକ୍ତରଖାନାକୁ ବାରମ୍ବାର ଦୌଡ଼ାଇଥିଲେ ।

PWD & GED Department Started Investigation On Old Lady Critical Case

ଏହି ଖବର ନନ୍ଦିଘୋଷ ଟିଭିରେ ପ୍ରସାରିତ ହୋଇଥିଲା । ଯାହାର ଏବେ ତଦନ୍ତ ଆରମ୍ଭ ହୋଇଛି । ସେପଟେ MKCG ଦୁର୍ଘଟଣାକୁ ଦୁର୍ଭାଗ୍ୟଜନକ କହି ଏହା ହେବା ଉଚିତ ନୁହେଁ ବୋଲି କହିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ । ଏଥିରେ କାହାର ବ୍ୟକ୍ତିଗତ ଦୋଷ ନାହିଁ। ସ୍ୱାସ୍ଥ୍ୟ ବିଭାଗକୁ ତଦନ୍ତ କରିବାକୁ କହିଛି ବୋଲି କହିଛନ୍ତି ମନ୍ତ୍ରୀ ।

Leave a Reply