ବ୍ରୋଞ୍ଚ ଆଣିଲେ ସୁନା ଝିଅ ସିନ୍ଧୁ, ଅଲିମ୍ପିକ୍ସରେ ଭାରତକୁ ଆଉ ଏକ ପଦକ

1 min read

ଟୋକିଓ: ଅଲିମ୍ପିକ୍ସରେ ଭାରତ ହାତେଇଲା ଆଉ ଏକ ପଦକ  ।  ସୁନା ଝିଅ ସିନ୍ଧୁ  ବ୍ରୋଞ୍ଚ ପଦକ ହାସଲ କରିବାରେ ସଫଳ ହୋଇଛନ୍ତି । ଟୋକିଓ ଅଲିମ୍ପିକ୍ସରେ ବ୍ୟାଡମିଣ୍ଟନ କ୍ରୀଡ଼ାରେ ଭାଗ ନେଇଥିବା ପିଭି ସିନ୍ଧୁ ପୁଣି ଦେଶକୁ ଗୌରବାନ୍ୱିତ କରିଛନ୍ତି  । ମିରାବାଇଙ୍କ ପରେ ପିଭି ସିନ୍ଧୁ ଅଲିମ୍ପିକ୍ସରେ ଭାରତକୁ ମେଡାଲ ଦେଇଛନ୍ତି  । ଫଳରେ ଭାରତ ଦୁଇଟି ମେଡ଼ାଲ ଜିତିବାରେ ବର୍ତ୍ତମାନ ସୁଦ୍ଧା ସକ୍ଷମ ହୋଇଛନ୍ତି  ।

ସେମି ଫାଇନାଲରେ ହାରିବା ପରେ ସିନ୍ଧୁ ବ୍ରୋଞ୍ଚ ପଦକ ପାଇଁ ଆଶାୟୀ ଥିଲେ  ।  ଆଜି ପ୍ରତିପକ୍ଷ ଚୀନ୍‌ର ବିଙ୍ଗଜିୟାଓଙ୍କୁ ହରାଇ ବ୍ରୋଞ୍ଜ ପଦକ ହାତେଇଛନ୍ତି ପିଭି ସିନ୍ଧୁ । ସିନ୍ଧୁଙ୍କ ବିଜୟ ପରେ ମହିଳା ବ୍ୟାଡମିଣ୍ଟନ ସିଙ୍ଗଲ୍ସରେ ବ୍ରୋଞ୍ଜ ହାତେଇଲା ଭାରତ । 21-13, 21-15 ସେଟ୍‌ରେ ସିନ୍ଧୁ ବିଜୟୀ ହୋଇଛନ୍ତି । ଟୋକିଓ ଅଲିମ୍ପିକ୍ସରେ ଭାରତ ପାଇଁ ପ୍ରଥମ ମେଡାଲ ଜିତିଥିଲେ ମୀରାବାଇ ଚାନୁ । ପରେ ସିନ୍ଧୁ ଭାରତକୁ ଆଉ ଏକ ପଦକ ଦେଇଛନ୍ତି  ।

ସିନ୍ଧୁ ହେଉଛନ୍ତି ପ୍ରଥମ ଭାରତୀୟ ମହିଳା ବ୍ୟାଡମିଣ୍ଟନ ଖେଳାଳୀ, ଯିଏ ଦେଶର ନାମକୁ ବିଶ୍ୱ ସ୍ତରରେ ଦୁଇ ଦୁଇ ଥର ଚମକାଇବାରେ ସଫଳ ହୋଇଛନ୍ତି  । ଅର୍ଥାତ ଲଗାତର ଦୁଇଥର ଭାରତକୁ ମେଡ଼ାଲ ଭେଟି ଦେଇଛନ୍ତି ପିଭି ସିନ୍ଧୁ  ।  ଟୋକିଓ ଅଲିମ୍ପିକ୍ସ ୧୦ ଦିନରେ ଆଜି ପହଁଚିଛି  । ଏହି ୧୦ ଦିନ ମଧ୍ୟରେ ଭାରତକୁ ଦୁଇଟି ପଦକ ମିଳିପାରିଛି  । ସିନ୍ଧୁ ସେମିଫାଇନାଲରେ ପରାଜିତ ହୋଇଥିଲେ ମଧ୍ୟ କାଂସ୍ୟ ପଦକ ଆଣିବା ନେଇ ଦେଶବାସୀଙ୍କ ଭରସା ରହିଥିଲା  । ଆଜି ପ୍ରତିପକ୍ଷ 21-13, 21-15 ସେଟ୍‌ରେ ପରାଜୟ କରି ସିନ୍ଧୁ ଭାରତକୁ ଆଉ ଏକ ମେଡ଼ାଲ ଭେଟିଦେଇଛନ୍ତି  ।

Leave a Reply