ସେମି ଫାଇନାଲରେ ହାରିଲେ ସିନ୍ଧୁ, ଏବେବି ରହିଛି ବ୍ରୋଞ୍ଚ ଆଶା

1 min read

ଟୋକିଓ : ରିଓ ଅଲମ୍ପିକ୍ସର ରୌପ୍ୟ ପଦକ ବିଜେତା ପି ଭି ସିନ୍ଧୁ ଶନିବାର ଦିନ ମହିଳା ବ୍ୟାଡମିଣ୍ଟନ ସିଙ୍ଗଲ୍ସର ସେମିଫାଇନାଲରେ ତାଇ ଜୁ ୟିଙ୍ଗଙ୍କଠାରୁ ପରାସ୍ତ ହୋଇଛନ୍ତି । ଏହା ସହିତ ଭାରତର ରୌପ୍ୟ କିମ୍ବା ସ୍ୱର୍ଣ୍ଣ ପଦକର ଆଶା ଶେଷ ହୋଇଛି । ସିନ୍ଧୁଙ୍କୁ ପରାଜୟ ସହିତ ୧୩୦ କୋଟି ଭାରତୀୟଙ୍କ ସ୍ୱର୍ଣ୍ଣ ଆଶାକୁ ଜୋରଦାର ଝଟକା ଲାଗିଛି ।
ତାଇ ଏହି ମୁକାବିଲାକୁ ୨୧-୧୮ ଓ ୨୧-୧୨ରେ ଜିତିଥିଲେ ।

ତେବେ ସିନ୍ଧୁଙ୍କ ପାଇଁ ଏବେବି ବ୍ରୋଞ୍ଚ ଜିତିବାର ଆଶା ରହିଛି । ବ୍ରୋଞ୍ଜ ପଦକ ପାଇଁ ସେ ଚୀନର ବିଙ୍ଗ୍ ଜିଆଓଙ୍କ ମୁକାବିଲା କରିବେ । ପ୍ରି କ୍ୱାର୍ଟରରେ ଡେନମାର୍କ ଓ କ୍ୱାର୍ଟରରେ ଜାପାନର ଅକାନେ ୟମାଗୁଚିଙ୍କୁ ପରାସ୍ତ କଲା ପରେ ସେମିରେ ତାଇ ଜୁ ୟିଙ୍ଗଙ୍କୁ ଭେଟିଥିଲେ ସିନ୍ଧୁ। ରବିବାର ସନ୍ଧ୍ୟାରେ ସିନ୍ଧୁ ବ୍ରୋଞ୍ଜ ପଦକ ପାଇଁ ଖେଳିବେ।
ସେମିଫାଇନାଲର ପ୍ରଥମ ଗେମରେ ସିନ୍ଧୁ ଭଲ ଆରମ୍ଭ କରିଥିଲେ । କିନ୍ତୁ ଖେଳ ଆରମ୍ଭ ହେବାର କିଛି ସମୟ ପରେ ସେ ଲୟ ହରାଇ ବସିଥିଲେ । ଖେଳ ଆରମ୍ଭର କିଛି ସମୟ ମଧ୍ୟରେ ସେ ୭-୪ରେ ଆଗୁଆ ଥିଲେ । ନେଟ୍ ସଟ୍ ଓ ସ୍ମେଶର ସେ ଜବରଦସ୍ତ ବ୍ୟବହାର କରି ସେ ୧୧-୭ରେ ଆଗୁଆ ଥିଲେ ।

ତେବେ ତାଇ ଜୋରଦାର ପ୍ରତ୍ୟାବର୍ତ୍ତନ କରିଥିଲେ । ତାଇ ସ୍କୋରକୁ ୧୩-୧୩ରେ ଡ୍ର’ କରିଥିଲେ । କିନ୍ତୁ ପରେ ତାଇ ୨୧-୧୮ ଗେମକୁ ନିଜର କରିଥିଲେ । ଦ୍ୱିତୀୟ ଗେମରେ ସିନ୍ଧୁ ଚାପରେ ଖେଳୁଥିବା ଲକ୍ଷ୍ୟ କରାଯାଇଥିଲା । ସିନ୍ଧୁଙ୍କ ଦୀଗହୀନ ସଟର ଫାଇଦା ତାଇ ନେଇଥଇଲେ । ତାଇ ୪-୪ ସ୍କୋର ପରେ ଯେଉଁ ପଏଣ୍ଟ୍ ନେବା ଆରମ୍ଭ କରିଥିଲେ ତାହାର ଚାପ ସିନ୍ଧୁଙ୍କ ଉପରେ ପଡିଥିଲା । ତାଇ ଗେମକୁ ୨୧-୧୨ରେ ଯିତିଥିଲେ । ରବିବାର ମ୍ୟାଚରେ ଯଦି ସିନ୍ଧୁ ଜିତନ୍ତି ତେବେ ଭାରତ ଖାତାକୁ ଆଉ ଏକ ବ୍ରୋଞ୍ଚ୍ ପଦକ ଆସିବ ।

Leave a Reply