ପୁଟିନ୍ ମୃତ,ଦେଶ ଚଲାଉଛନ୍ତି ଡୁପ୍ଲିକେଟ୍ !
1 min read
ମସ୍କୋ: ଦୀର୍ଘ ୩ମାସରୁ ୟୁକ୍ରେନ ଉପରେ ଆକ୍ରମଣ କରି ଦୁନିଆ ଆଗରେ ଖଳନାୟକ ହୋଇଯାଇଥିବା ଋଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ମୃତ । ଆଉ ତାଙ୍କ ସ୍ଥାନରେ ପୁଟିନଙ୍କ ଭଳି ଦେଖାଯାଉଥିବା ଆଉଜଣେ ବ୍ୟକ୍ତି ରହିଛନ୍ତି । ଏମିତି ଏକ ସୂଚନା ଦେଇଠି ବ୍ରିଟେନର ଗୁଇନ୍ଦା ବିଭାଗ । ପୁଟିନଙ୍କ ସମ୍ପୂର୍ଣ୍ଣ ଜୀବନ ରହସ୍ୟମୟ । ତାଙ୍କ ବ୍ୟକ୍ତିଗତ ଜୀବନ, ସ୍ୱାସ୍ଥ୍ୟ ଏବଂ ତାଙ୍କ ରଣନୀତି ବିଷୟରେ କେବଳ ହାତଗଣତି କିଛି ଲୋକ ହିଁ ଜାଣନ୍ତି । ପୁଟିନଙ୍କ ବିଷୟରେ ବ୍ରିଟେନର ଗୁଇନ୍ଦା ଏଜେନ୍ସି MI6 ର ଜଣେ ଅଧିକାରୀ ଏଭଳି ଆଶ୍ଚର୍ଯ୍ୟଜନକ ଦାବି କରିଛନ୍ତି । ଏହି ରିପୋର୍ଟରେ ଅଧିକାରୀମାନେ କହିଛନ୍ତି ଯେ ବୋଧହୁଏ ପୁଟିନ ମୃତ୍ୟୁ ହୋଇଯାଇଛି ଏବଂ ସର୍ବସାଧାରଣ ସମାବେଶରେ ତାଙ୍କ ଭଳି ଦେଖାଯାଉଥିବା ଅନ୍ୟଜଣେ ତାଙ୍କର ସ୍ଥାନ ନେଇଛନ୍ତି ।
କେବଳ ସେତିକି ନୁହେଁ ବ୍ରିଟିଶ ଗୁଇନ୍ଦା ବିଭାଗ ଅନୁଯାୟୀ ପୁଟିନଙ୍କ ମୃତ୍ୟୁ ହୋଇଥିବା ଖବର ତାଙ୍କ ସହଯୋଗୀଙ୍କୁ ଅନେକ ସପ୍ତାହ କିମ୍ବା ମାସ ପର୍ଯ୍ୟନ୍ତ ଦୁନିଆରୁ ଲୁଚାଇ ରଖିବାକୁ ପଡ଼ିବ। ସେହିଭଳି ଜନସାଧାରଣଙ୍କ ମଧ୍ୟରେ ପୁଟିନଙ୍କ ଉପସ୍ଥିତି ପୂର୍ବରୁ ରେକର୍ଡ କରାଯାଇଥିବା ରିପୋର୍ଟରେ କୁହାଯାଇଛି । ବୋଧହୁଏ ପୁଟିନଙ୍କ ମୃତ୍ୟୁ ହୋଇଯାଇଛି ଏବଂ ତାଙ୍କ ସ୍ଥାନ ପୁଟିନ ଭଳି ଦେଖାଯାଉଥିବା ଅନ୍ୟ ଜଣେ ବ୍ୟକ୍ତି ନେଇଛନ୍ତି ।
‘କ୍ରେମଲିନ୍ ପୁଟିନଙ୍କ ଡୁପ୍ଲିକେଟର ବ୍ୟବହାର କରୁଛି’
ଆଉ ଏକ ରିପୋର୍ଟରେ କୁହାଯାଇଛି ଯେ ପୁଟିନ ଅତ୍ୟଧିକ ଅସୁସ୍ଥ ଏବଂ ଯଦି ସେ ମରିଯାଆନ୍ତି ତେବେ ଏହି ଖବର ଅନେକ ସପ୍ତାହ କିମ୍ବା ମାସ ପର୍ଯ୍ୟନ୍ତ ଗୁପ୍ତ ରଖିବାକୁ ପଡ଼ିବ । ଯଦିଓ କୁହାଯାଉଛି ପୁଟିନଙ୍କ ମୃତ୍ୟୁ ବହୁ ପୂର୍ବରୁ ହିଁ ହୋଇଯାଇଥିବା ଆଶଙ୍କା ରହିଛି । ଆଉ ଏହାର ସତ୍ୟତା ଜାଣିବା ଅସମ୍ଭବ ଅଟେ । କୁହାଯାଏ କି ପୁଟିନ ଅସୁସ୍ଥ ଥିବାବେଳେ ତାଙ୍କର ଡୁପ୍ଲିକେଟର ବ୍ୟବହାର କରାଯାଇଥିଲା ଏବଂ ବର୍ତ୍ତମାନ କ୍ରେମଲିନ୍ ତାହା ହିଁ କରୁଛନ୍ତି । ପୁଟିନଙ୍କ ମୃତ୍ୟୁ ହୋଇଯାଇଥିବା ବେଳେ କ୍ରେମଲିନ୍ ତାଙ୍କ ଭଳି ଦେଖାଯାଉଥିବା ପୁଟିନଙ୍କ ଡୁପ୍ଲିକେଟକୁ ନେଇ କାମ ଚଳାଉଛନ୍ତି ।
ପୁଟିନଙ୍କ ମୃତ୍ୟୁ ସମ୍ପର୍କରେ କାହିଁକି ଲୋକଲୋଚନକୁ ଅଣାଯାଇପାରିବ ନାହିଁ ?
ସୂଚନା ଅନୁସାରେ, ତାଙ୍କ ଘନିଷ୍ଠ ବନ୍ଧୁଙ୍କ ଭାବନ୍ତି ଯେ, ଯେତେବେଳେ ପୁଟିନଙ୍କ ମୃତ୍ୟୁ ଖବର ସାମ୍ନାକୁ ଆସିବ ସେତେବେଳେ ଋଷରେ ବିଦ୍ରୋହର ନିଆଁ ଜଳିବ ଏବଂ ଋଷର ଜେନେରାଲ ୟୁକ୍ରେନରୁ ସେନା ପ୍ରତ୍ୟାହାର କରିନେବ । କାରଣ ପୁଟିନଙ୍କ ମୃତ୍ୟୁ ତାଙ୍କୁ ଦୁର୍ବଳ ଏବଂ କ୍ଷମତାରୁ ବହିଷ୍କାର କରିଦେବ । ତେଣୁ ପୁଟିନଙ୍କୁ ସର୍ବସମ୍ମୁଖରେ ଜୀବନ୍ତ ରଖିବା ନିହାତି ଆବଶ୍ୟକ । ପ୍ରାୟ ଦୁଇ ସପ୍ତାହ ପୂର୍ବେ, ଋଷର ବିଲିୟନେୟାର ବ୍ୟବସାୟୀ ତଥା କ୍ରେମଲିନଙ୍କ ବିଶ୍ୱାସୀ ପୁଟିନ ରକ୍ତ କର୍କଟ ରୋଗରେ ପୀଡିତ ଥିବା ଏବଂ ଅତ୍ୟଧିକ ଅସୁସ୍ଥ ଥିବା କହିଥିଲେ। କେବଳ ଏତିକି ନୁହେଁ, ୟୁକ୍ରେନ ଆକ୍ରମଣ ପୂର୍ବରୁ ସେ ଅସ୍ତ୍ରୋପଚାର କରାଇଛନ୍ତି ବୋଲି ମଧ୍ୟ କୁହାଯାଇଥିଲା ।