ପୁରୀ ଗଜପତି ମହାରାଜାଙ୍କ ପୁଷ୍ୟାଭିଷେକ ନୀତି

ପୁରୀ: ପୁରୀ ଗଜପତି ମହାରାଜାଙ୍କ ପୁଷ୍ୟାଭିଷେକ ନୀତି । ଶ୍ରୀନହରରେ ସ୍ବତ୍ରିୟ ବ୍ରାହ୍ମଣଙ୍କ ଗହଣରେ ଏହି ନୀତି ଅନୁଷ୍ଠିତ ହୋଇଥିଲା । ଗଜପତି ମହାରାଜା ଦିବ୍ୟସିଂହ ଦେବ ସିଂହସନରେ ଆରୋହଣ କରିବା ପରେ ଷୋଳ ଶାସନ, 32 କରବାଡ଼ ବ୍ରାହ୍ମଣ ଓ ପଣ୍ଡିତମାନଙ୍କ ପକ୍ଷରୁ ଶ୍ରୀଫଳ, ପଇତା ଆଦି ଗଜପତି ମହାରାଜାଙ୍କୁ ପ୍ରଦାନ କରି ନୀତି ପାଳନ କରିଥିଲେ । ପଞ୍ଚଦେବତା ପୂଜାଠାରୁ ଆରମ୍ଭ ହୋଇଥିଲା କାର୍ଯ୍ୟକ୍ରମ ।

ପରେ ଶାସ୍ତ୍ରୀୟ ପୂଜା, ରାମଭିଷେକ ନୀତି ପରେ ପୁଷ୍ୟା ନକ୍ଷତ୍ର ଯୋଗରେ ଗଜପତି ମହାରାଜଙ୍କର ଅଭିଷେକ କରାଯାଇଛି । ଗଜପତି ମହାରାଜାଙ୍କ ଶୁଭ ଓ ମଙ୍ଗଳପ୍ରଦ ଶାସନ ସହ ରାଷ୍ଟ୍ରର କଲ୍ୟାଣ ପାଇଁ ଏହି ନୀତି ପାଳନ କରାଯାଇଛି । ପୁରୀ ଶ୍ରୀନହରରେ ଏହି ପୁଷ୍ୟାଭିଷେକ ପାଇଁ ଏକ ଭକ୍ତି ଏବଂ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା । ନୀତି ପରେ ମହାରାଜାଙ୍କୁ ବ୍ରାହ୍ମଣମାନେ ଆଶିଷ ପ୍ରଦାନ କରିଥିଲେ ।