ଦର୍ଶନ ଦେଉଛି କାଳିଆ ସାଆନ୍ତ, ଆଜିଠୁ ସେବାୟତ ପରିବାର ଯାଇ ପାରିବେ ଶ୍ରୀମନ୍ଦିର

ପୁରୀ: ଦୀର୍ଘଦିନର ଅପେକ୍ଷା । ଭକ୍ତର ଧୌର୍ଯ୍ୟରେ ଯବନିକା  । ଏତେ ଦିନ ପରେ ଆଜି କାଳିଆ ସାଆନ୍ତଙ୍କୁ ସ୍ୱଚକ୍ଷୁରେ ଦେଖିବ ଭକ୍ତ  । ଆଜି ଓ ଆସନ୍ତାକାଲି ସେବାୟତଙ୍କ ପରିବାର ସଦସ୍ୟ ଜଗା ଦର୍ଶନ କରିବେ । ସକାଳ ୭ଟାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ମନ୍ଦିର ଖୋଲା ରହିବ । ମଙ୍ଗଳ ଆଳତିଠାରୁ ରାତି ପହୁଡ ଯାଏଁ ସେବାୟତଙ୍କ ପରିବାର ଦର୍ଶନ କରିବେ । ମନ୍ଦିରରେ ପ୍ରବେଶ ପୂର୍ବରୁ ସେମାନେ ସ୍ବାସ୍ଥ୍ୟକାର୍ଡ ଓ ଆଧାର କାର୍ଡ ଦେଖାଇବେ । ସେବାୟତଙ୍କ ସାଥୀରେ ଅନ୍ୟ କୌଣସି ଲୋକଙ୍କୁ ଅନୁମତି ଅଧିକାର ମିଳିବ ନାହିଁ । ସମସ୍ତ ଶନିବାର ଓ ରବିବାର ଶ୍ରୀମନ୍ଦିର ବନ୍ଦର ରହିବ ।

ଆସନ୍ତା ୧୬ ତାରିଖରୁ ୨୦ ତାରିଖ ଯାଏଁ ପୁରୀ ପୌରାଞ୍ଚଳରର ଲୋକମାନଙ୍କୁ ଦର୍ଶନ ଲାଗି ମିଳିବ ଅନୁମତି । ଆସନ୍ତା ୨୩ ତାରିଖରୁ ସମସ୍ତ ଭକ୍ତଙ୍କୁ ଶ୍ରୀମନ୍ଦିରରେ ଜଗା ଦର୍ଶନ ଲାଗି ଅନୁମତି ମିଳିବ । ସାଧାରଣ ଭକ୍ତ ଦୁଇଟି ଡୋଜ ନେଇଥିବାର ପ୍ରମାଣ ପତ୍ର ବା ଆରଟିପିସିଆର ନେଗେଟିଭ ରିପୋର୍ଟ ଦେଖାଇବା ବାଧ୍ୟତାମୂଳକ । ସେମାନେ ଫଟୋ ପରିଚୟପତ୍ର ଦେଖାଇବେ । ସମସ୍ତ ବାହାର ଭକ୍ତ ସିଂହଦ୍ବାର ଦେଇ ପ୍ରବେଶ କରିବେ ଏବଂ ଉତ୍ତରଦ୍ବାର ଦେଇ ବାହାରିବେ । ଏହାସହ କରୋନା ନିୟନ୍ତ୍ରଣ ଲାଗି ପ୍ରମୁଖ ପର୍ବପର୍ବାଣୀରେ ଶ୍ରୀମନ୍ଦିର ବନ୍ଦ ରହିବ ।

ସେହିପରି ସମସ୍ତ ଭକ୍ତଙ୍କ ଲାଗି ମାସ୍କ ବାଧ୍ୟତାମୂଳକ କରାଯାଇଛି । ଭକ୍ତମାନେ ମନ୍ଦିରରେ ପ୍ରବେଶ ପୂର୍ବରୁ ହାତ ସାନିଟାଇଜ କରିବେ । ଭକ୍ତ କୌଣସି ମୂର୍ତ୍ତିକୁ ଛୁଇଁବେ ନାହିଁ । ଶ୍ରୀମନ୍ଦିର ଭିତରକୁ ଫୁଲ, ଭୋଗ ନିଆଯାଇପାରିବ ନାହିଁ । ମନ୍ଦିର ଭିତରେ ଦୀପ ଜାଳିବାକୁ ଅନୁମତି ମିଳିବ ନାହିଁ । ତମାଖୁ, ପାନ, ଛେପ ପକାଇବାକୁ ନିଷିଦ୍ଧ କରାଯାଇଛି । ପଲିଥିନ ବ୍ୟାଗକୁ ନିଷିଦ୍ଧ କରାଯାଇଥିବା ବେଳେ ଏଥିଲାଗି ୧୦୦ ଟଙ୍କା ଜରିମାନା ଧାର୍ଯ୍ୟ କରାଯାଇଛି । ମନ୍ଦିର ପରିସରରେ ଓ ଆନନ୍ଦ ବଜାରରେ ଖାଇବା ମନା ହୋଇଛି । ଭିନ୍ନକ୍ଷମଙ୍କ ଲାଗି ସ୍ବତନ୍ତ୍ର କ୍ୟୁ ବ୍ୟବସ୍ଥା ହେବ । ୬୫ ବର୍ଷରୁ ଅଧିକ ବୟସର ଲୋକ, ରୋଗୀ, ୧୦ ବର୍ଷରୁ କମ ବୟସର ଶିଶୁଙ୍କୁ ନ ଆସିବା ଲାଗି ପରାମର୍ଶ ଦିଆଯାଇଛି ।

Leave a Reply