ବଦଳିବ ସ୍ୱର୍ଗଦ୍ୱାର ଚିତ୍ର, ବନ୍ଧୁ ପରିଜନଙ୍କୁ ମିଳିବ ଆତିଥ୍ୟ…

Swargadwara

ପୂରୀ: ବଦଳିବ ସ୍ୱର୍ଗଦ୍ୱାର ଚେହେରା । ନୂଆ ରୂପରେ ନଜର ଆସିବ ପୁରୀ ସ୍ୱର୍ଗଦ୍ୱାର । ମୃତଦେହ ପୋଡ଼ିବା ନେଉଥିବା ପରିବାର ଓ ବନ୍ଧୁ ପରିଜନ ଓ ଲୋକଙ୍କୁ ମିଳିବ ଆତିଥ୍ୟ । ଏଭଳି ନିଷ୍ପତ୍ତି ନେଇଛନ୍ତି ସ୍ଥାନୀୟ ପ୍ରଶାସନ । ଶ ବଦାହ ପାଇଁ ଆସୁଥିବା ବନ୍ଧୁ ପରିଜନଙ୍କ ନିମନ୍ତେ ମିଳିବ ବିଶେଷ ସୁବିଧା ଓ ସେବା । ସ୍ୱର୍ଗଦ୍ୱାର ପୁନଃ ଉଦ୍ଧାର ସହ ଚତୁଃପାର୍ଶ୍ୱରେ ହେବ ସୌନ୍ଦର୍ଯ୍ୟକରଣ । ଦେଖଣାହାରୀଙ୍କ ପାଇଁ ହେବ ଏକ ସୁନ୍ଦର ସ୍ଥାନ । ଜିଲ୍ଲପାଳ ବଲଓ୍ୱନ୍ତ ସିଂ ବୁଧବାର ସ୍ୱର୍ଗଦ୍ୱାର ବୁଲି ଦେଖିବା ସହ ଜାରି ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି ।

ସିଙ୍ଗଲ ଓ୍ୱିଣ୍ଡୋ ବ୍ୟବସ୍ଥା ମାଧ୍ୟମରେ ଗୋଟିଏ ସ୍ଥାନରେ ସମସ୍ତ ସୁବିଧା ଉପଲବ୍ଧ ହେବ । ଏଥିପାଇଁ ସ୍ୱତନ୍ତ୍ର ଅଫିସ୍‌ ଖୋଲାଯାଇ ପେଶାଦାର ମାନଙ୍କୁ ନିଯୁକ୍ତ ଦିଆଯିବ ବୋଲି ଜିଲ୍ଲାପାଳ କହିଛନ୍ତି । ଶବଦାହ ପାଇଁ ଆସୁଥିବା ବ୍ୟକ୍ତିମାନେ ଯେପରି ଉତ୍ତମ ବ୍ୟବହାର ଓ ଆତିଥେୟତା ପାଇ ଭଲ ଅନୁଭୂତି ନେଇ ଫେରିବେ ଏଥିପ୍ରତି ଦୃଷ୍ଟି ଦିଆଯିବ । ଏଥିପାଇଁ ସ୍ୱତନ୍ତ୍ର ନିର୍ଦ୍ଦେଶାବଳୀ ଜାରି ହେବ ।

ପରେ ଅପରାହ୍ନରେ ଗାନ୍ଧୀଘାଟରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଶବଦାହକ ମାନଙ୍କ ଏକ ବୈଠକ ଅନୁଷ୍ଠିତ ହୋଇଛି । ଏଥିରେ ସେମାନଙ୍କ ଜୀବିକା ଉପାର୍ଜନ ମାନରେ ଉନ୍ନତି ସହ ପରିବାର ସଦସ୍ୟଙ୍କୁ ବୀମାଭୁକ୍ତ କରାଯିବା ଉପରେ ଜିଲ୍ଲାପାଳ ଗୁରୁତ୍ୱାରୋପ କରାଯାଇଛି ।

Leave a Reply