ଆଜିଠୁ ଆରମ୍ଭ ହେବ ରତ୍ନଭଣ୍ଡାର ମରାମତି, ବାହାର କାଠ ପାଖରୁ ମହାପ୍ରଭୁଙ୍କୁ ଦର୍ଶନ କରିବେ ଭକ୍ତ

1 min read

ପୁରୀ: ଆଜିଠାରୁ ଆରମ୍ଭ ହେବ ରତ୍ନଭଣ୍ଡାର ମରାମତି। ରାଜ୍ୟ ସରକାରଙ୍କ ମାର୍ଗଦର୍ଶିକା ଅନୁସାରେ ରତ୍ନ ଭଣ୍ଡାର ମରାମତି କରିବ ଏଏସଆଇ । ମରାମତି ସମୟରେ ଯେଭଳି ଭକ୍ତଙ୍କ ଦର୍ଶନ ଓ ମହାପ୍ରଭୁଙ୍କ ନୀତିକାନ୍ତିରେ ବାଧା ସୃଷ୍ଟି ନହେବ ସେନେଇ ଲକ୍ଷ୍ୟ ରଖାଯାଇଛି । ମରାମତି ସମୟରେ ସାଧାରଣ ଭକ୍ତ ବାହାର କାଠ ନିକଟରେ ଶ୍ରୀଜୀଉଙ୍କୁ ଦର୍ଶନ କରିପାରିବେ l ଏଏସଆଇ ଦ୍ୱିତୀୟ ଭୋଗମଣ୍ଡପ ପରେ ନିର୍ଦ୍ଧାରିତ ନୀତିନିର୍ଘଣ୍ଟ ଅନୁଯାୟୀ ପ୍ରାୟ ୫ ଘଣ୍ଟା ମରାମତି କରିବ ।

ଦିନ ୧୨ଟା ୩୦ କିମ୍ବା ୧ଟା ପରଠାରୁ ସଂଧ୍ୟା ୬ଟା ପର୍ଯ୍ୟନ୍ତ ପାଖାପାଖି ମରାମତି କାର୍ଯ୍ୟ କରିବ ଏଏସଆଇ। ପ୍ରଥମେ ଲୁହା ଭାରା ବନ୍ଧାଯିବା ପରେ ଡିପ୍ଲାଷ୍ଟରିଂ କରାଯିବ। ଏହାପରେ ପୁରୁଣା ଲୁହା ବିମ୍ ଓ ପଥର‌ ମରାମତି କାର୍ଯ୍ୟ କରାଯିବ। ଉଭୟ ବାହାର ଓ ଭିତର ରତ୍ନଭଣ୍ଡାର ମରାମତି କାର୍ଯ୍ୟ ଆରମ୍ଭ କରାଯିବ। ସେପଟେ ରତ୍ନଭଣ୍ଡାର ମରାମତି କାର୍ଯ୍ୟକୁ ଆଗାମୀ ୫୦୦ ବର୍ଷକୁ ଦୃଷ୍ଟିରେ ରଖି ଉନ୍ନତ ଜ୍ଞାନକୌଶଳ ଦ୍ଵାରା ଦୀର୍ଘସ୍ଥାୟୀ ମରାମତି କରିବାକୁ ମତ ରଖିଛନ୍ତି ସେବାୟତ।

ନଜର ପକାନ୍ତୁ