ବଳଙ୍ଗା ଥାନା ବିସ୍ଫୋରଣ ଘଟଣା: ‘ଥାନାରେ ଥିଲା ଜବତ ବାଣ ଓ ସୋଲାର ବ୍ୟାଟେରୀ’
ପିପିଲି: ପୁରୀ ବଳଙ୍ଗା ଥାନାରେ ବିସ୍ଫୋରଣ ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ପୁରୀ ଏସପି ବିଶାଲ ସିଂ । ମାଲଖାନାରେ ଥିବା ବିସ୍ଫୋରକ ସାମଗ୍ରୀରୁ ବିସ୍ଫୋରଣ ଘଟିଛି । ଦୁର୍ଘଟଣାସ୍ଥଳରେ ବୋମା ବିସ୍ଫୋରଣକାରୀ ଟିମ୍ ପହଞ୍ଚିଛି । ବିସ୍ଫୋରଣରେ କେହି ଆହତ ହୋଇନାହାନ୍ତି । ଟିକିନିଖି ତଦନ୍ତ ହେବ କହିଲେ ପୁରୀ ଏସପି । ପୁରୀ ଅତିରିକ୍ତ ଏସପିଙ୍କୁ ତଦନ୍ତ ଦାୟିତ୍ୱ ଦିଆଯାଇଛି ।
ସଂଧ୍ୟାସୁଦ୍ଧା ପ୍ରାଥମିକ ତଦନ୍ତ ରିପୋର୍ଟ ଦେବେ ଏଏସପି । ସୂଚନା ଯୋଗ୍ୟ ଯେ, ଥାନାରେ ୨୦୧୮ ମସିହାରୁ ଜବତ ବାଣ ରହିଥିଲା ଏଥିସହିତ ୧୫ରୁ ୧୮ଟି ସୋଲାର ବ୍ୟାଟେରୀ ମଧ୍ୟ ଥିଲା । ଏଣୁ ଏଥିଯୋଗୁଁ ବିସ୍ଫୋରଣ ଘଟିଥାଇପାରେ ବୋଲି ଅନୁମାନ କରାଯାଉଛି ।
ସୂଚନା ଯୋଗ୍ୟ ଯେ, ଗତକାଲି ବିଳମ୍ବିତ ରାତିରେ ବିସ୍ଫୋରଣରେ ଥାନାର ଛାତ ଭୁଶୁଡିବା ସହ କାନ୍ଥ ଫାଟିଥିଲା। ଏସପି ଘଟଣାର ତଦନ୍ତ ଜାରି ରହିଛି । ବିସ୍ଫୋରଣରେ ଥାନା ଭିତରର ନକ୍ସା ବଦଳି ଯାଇଛି। ଥାନା ଭିତରର ସବୁ ଆସବାବପତ୍ର ଛିନଛତ୍ର ହୋଇପଡିଛି ।